ETV Bharat / state

ଥଇଥାନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ, ଜିଲ୍ଲାପାଳଙ୍କୁ ଦାବିପତ୍ର - ଥଇଥାନ ନକରି ଉଚ୍ଛେଦ କରିବା ଅଭିଯୋଗ

ଭଦ୍ରକ ଜିଲ୍ଲା ଅଧିନସ୍ଥ ଗେଲପୁର ପଞ୍ଚାୟତରେ ଥଇଥାନ ନକରି ଉଚ୍ଛେଦ କରିବା ନୋଟିସ୍‌ । ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ବସ୍ତି ବାସିନ୍ଦା । ଅଧିକ ପଢନ୍ତୁ

slum people gave memorandum
slum people gave memorandum
author img

By

Published : Aug 20, 2023, 10:05 AM IST

slum people gave memorandum

ଭଦ୍ରକ: ଥଇଥାନ ନକରି ଉଚ୍ଛେଦ କରିବା ଅଭିଯୋଗ । ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ବସ୍ତି ବାସିନ୍ଦା । ଭଦ୍ରକ ଜିଲ୍ଲା ଗେଲପୁର ପଞ୍ଚାୟତ ନୂଆ ମାତୃ ଶିଶୁ ଯତ୍ନ ହସ୍ପିଟାଲ (MCH) ନିକଟରେ ଆଜକୁ ଦୀର୍ଘ 70 ବର୍ଷ ଧରି ବହୁ ଭୂମିହୀନ ପରିବାର ଏଠାରେ ଘର ଦ୍ୱାର କରି ବସବାସ କରୁଛନ୍ତି । ସେମାନଙ୍କ ପିଲା, ଛୁଆ ମାନେ ପାଠ ପଢିବା ସହ ଏଠାରେ ଚଳାଚଳ କରୁଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏହି ବସ୍ତିକୁ ଉଚ୍ଛେଦ କରିବା ନେଇ ନୋଟିସ ଜାରି କରିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତି ବାସିନ୍ଦା ।

ଏଥିସହ ଉଚ୍ଛେଦ ହେଲେ ସେମାନଙ୍କ ପରିବାର ତଥା ପିଲା ମାନଙ୍କୁ ନେଇ ଏହି ବର୍ଷା ଦିନରେ କେଉଁଠିକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ସୁବିଧା ସୁଯୋଗ ସେମାନେ ପାଉଥିବା ବେଳେ ଘର ଭାଙ୍ଗି ଗଲେ ସେମାନେ ରହିବେ କେଉଁଠି । ସେଥିପାଇଁ ଶତାଧିକ ମହିଳା ତଥା ବସ୍ତି ବାସିନ୍ଦା ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଉଚ୍ଛେଦ ପୂର୍ବରୁ ଥଇଥାନ କରାଯିବା ନେଇ ଦାବି କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଥଇଥାନ ପୂର୍ବରୁ ଉଚ୍ଛେଦ ନୋଟିସ, ରାଜରାସ୍ତାକୁ ଓହ୍ଲାଇଲେ ବୁଣାକାର

ଏହା ମଧ୍ୟ ପଢନ୍ତୁ- ଥଇଥାନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ, ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି

ତେବେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜିଲ୍ଲା ପ୍ରଶାସନ ଜରିଆରେ ସେମାନଙ୍କୁ ଭୋଟ ପରିଚୟ ପତ୍ର ଠାରୁ ଆରମ୍ଭ କରି ଆଧାର କାର୍ଡ, ରାସନ କାର୍ଡ, ଇନ୍ଦିରା ଆବାସ, ଜବ କାର୍ଡ, ଭତ୍ତା, ବସ୍ତିକୁ ରାସ୍ତା, ପାନୀୟ ଜଳ ଆଦି ଯୋଗାଇ ଦେଇ ଥଇଥାନ କରିଥିଲା । ହେଲେ ବର୍ତ୍ତମାନ ଥଇଥାନର ବିକଳ୍ପ ବ୍ୟବସ୍ଥା ନ କରି ଉଚ୍ଛେଦ ନୋଟିସ ଜାରି କରିବା ଦୁର୍ଭାଗ୍ୟ ଜନକ । ତେବେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିର ପୁନର୍ବିଚାର ନ କଲେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ ସହିତ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ବସ୍ତି ବାସିନ୍ଦା କହିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.