ETV Bharat / state

ସଟଡାଉନ ସମୟରେ ବିଶୋଧନ ଓ ସ୍ଵାସ୍ଥ୍ୟ ପରୀକ୍ଷା

author img

By

Published : Jul 26, 2020, 4:41 AM IST

ଭଦ୍ରକ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରି । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଭଦ୍ରକ ଜିଲ୍ଲାରେ ଜାରି ରହିଛି ଲକ ଡାଉନ । ସଟଡାଉନ ସମୟରେ ବିଶୋଧନ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି । ଅଧିକ ପଢନ୍ତୁ...

ସଟଡାଉନ ସମୟରେ ବିଶୋଧନ ଓ ସ୍ଵାସ୍ଥ୍ୟ ପରୀକ୍ଷା
ସଟଡାଉନ ସମୟରେ ବିଶୋଧନ ଓ ସ୍ଵାସ୍ଥ୍ୟ ପରୀକ୍ଷା

ଭଦ୍ରକ : ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରି । କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଭଦ୍ରକ ଜିଲ୍ଲାରେ ଜାରି ରହିଛି ଲକ ଡାଉନ । ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସିଲ କରିବା ସହ କଟକଟା କଡାକଡି କରିଛି ।

ସଟଡାଉନ ସମୟରେ ବିଶୋଧନ ଓ ସ୍ଵାସ୍ଥ୍ୟ ପରୀକ୍ଷା

ଜୁଲାଇ ମାସ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ରାଜ୍ୟ ସରକାର ସଟଡାଉନ ଘୋଷଣା କରିଛନ୍ତି । ଏହି ଦୁଇଦିନିଆ ସଟ ଡାଉନ କଟକଣାକୁ ଜିଲ୍ଲାରେ କଡାକଡି ଭାବେ ଲାଗୁ କରାଯାଇଛି । ସଟଡାଉନ ଯୋଗୁଁ ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ ଯାଇଛି । ନିର୍ଦିଷ୍ଟ କିଛି ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏହି ସମୟରେ ଜିଲ୍ଲାରେ ଥିବା ସମସ୍ତ କଣ୍ଟେନମେଣ୍ଟ ଜୋନ ମାନଙ୍କରେ ଆଶା, ଅଙ୍ଗନବାଡି ଓ ସ୍ଵାସ୍ଥ୍ୟ କର୍ମି ମାନେ ଘରକୁ ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଛନ୍ତି । ଏଥିସହ ଦମକଳ ବାହିନୀ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ସହ ବିଭିନ୍ନ ରାସ୍ତା ଗୁଡିକୁ ବିଶୋଧନ କରାଯାଉଛି ।

ତେବେ ବର୍ତ୍ତମାନ ଜାରୀ ହୋଇଥିବା ସଟଡାଉନ ସମୟରେ ପୁଲିସ ପକ୍ଷରୁ ଜିଲ୍ଲାରେ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନକୁ ସିଲ କରିବା ସହ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.