ଭଦ୍ରକ: ମହଙ୍ଗା ପଡିଲା କୋରୋନା ଗାଇଡ ଲାଉନ ଉଲ୍ଲଂଘନ ଓ ସୋସିଆଲ ମିଡିଆରେ ଅପପ୍ରଚାର କରିବା ।
କୋରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିବା ଓ ଲକ ଡାଉନ ନିୟମ ଉଲ୍ଲଂଘନ କରି ଗୁରୁବାର 7 ଜଣଙ୍କୁ ଗିରଫ କରିଛି ପୋଲିସ ।
ସାମାଜିକ ଗଣମାଧ୍ୟମରେ କୋରୋନା ସମ୍ପର୍କିତ ଖବରକୁ ନେଇ ଗୁଜବ ସୃଷ୍ଟି କରୁଥିବା ଅଭିଯୋଗରେ ଧାମରା ଓ ତୁହିଡି ପୋଲିସ 2ଜଣଙ୍କୁ ଗିରଫ କରିଥିବା ବେଳେ ଲକ ଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ 5 ଜଣ ଅଭିଯୁକ୍ତଙ୍କୁ ବନ୍ଧା ଯାଇଛି । ଏନେଇ ଟ୍ବିଟ ମାଧ୍ୟମରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ