ETV Bharat / state

ଗଣେଶ ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ, ଭଦ୍ରକରେ 144 ଧାରା ଜାରି - ପୂଜା ମଣ୍ଡପକୁ ନେଇ ଗୋଷ୍ଠୀ ସଂଘର୍ଷ

ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଞ୍ଚାୟତର ବେଦପୁର ଗାଁରେ ସୃଷ୍ଟି ହୋଇଛି ଗୋଷ୍ଠୀ ସଂଘର୍ଷ । ସ୍ଥିତିକୁ ନିୟନ୍ତ୍ରଣ କରିବା ନେଇ ଅଞ୍ଚଳରେ ଜାରି ହେଲା 144 ଧାରା । ଅଧିକ ପଢନ୍ତୁ

ଗଣେଶ ପୂଜା ମଣ୍ଡପ ବିବାଦ ପରେ 144 ଧାରା ଜାରି
ଗଣେଶ ପୂଜା ମଣ୍ଡପ ବିବାଦ ପରେ 144 ଧାରା ଜାରି
author img

By

Published : Sep 1, 2022, 7:08 PM IST

ଭଦ୍ରକ: ଆଜି ସବୁଠି ପୂଜା ପାଉଛନ୍ତି ସିଦ୍ଧି ବିନିୟକ (Ganesh Puja) । ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଧୂପ, ଦୀପ ଓ ଭକ୍ତିର ଅର୍ଘ୍ୟ ଦେଇ ପାର୍ବତୀ ନନ୍ଦନକୁ ପୂଜା କରୁଛନ୍ତି ଭକ୍ତ । କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ଗଣେଶ ପୂଜା ଫିକା ପଡିଥିଲା । କଟକଣା କୋହଳ ପରେ ବହୁ ଆଡମ୍ବରରେ ସିଦ୍ଧି ବିନାୟକଙ୍କର ପୂଜା କରିଛନ୍ତି ଭକ୍ତ । ଗଣେଶ ପୂଜାରେ ଜିଲ୍ଲାରେ ଦେଖା ଦେଇଛି ବିଶୃଙ୍ଖଳା ପରିସ୍ଥିତି । ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦେଖାଦେଇଛି ଗୋଷ୍ଠୀ ସଂଘର୍ଷ (Section 144 imposed in Bhadrak) । ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ଅଞ୍ଚଳରେ ଜାରି ହେଲା 144 ଧାରା ।

ଗଣେଶ ପୂଜା ମଣ୍ଡପ ବିବାଦ ପରେ 144 ଧାରା ଜାରି

ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଞ୍ଚାୟତର ବେଦପୁର ଗାଁରେ ସୃଷ୍ଟି ହୋଇଛି ଗୋଷ୍ଠୀ ସଂଘର୍ଷ । ଗାଁର ଗୋଟିଏ ଗୋଷ୍ଠୀର ଯୁବକ ଏକ କ୍ଲବ ପାଖରେ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ । ହେଲେ ତାଙ୍କର ସେହି ଯୋଜନାକୁ କ୍ଲବର ଯୁବକମାନେ ବିରୋଧ କରିଥିଲେ । ପୂଜା ମଣ୍ଡପ ନିର୍ମାଣ କରିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବୁଝାମଣା କରିବାକୁ ଚେଷ୍ଟା କରିଯାଇଥିଲା । ହେଲେ ସ୍ଥିତି ନିୟନ୍ତ୍ରଣ ଭିତରେ ରହି ନଥିିଲା । ଉଭୟ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଥିଲା । ସ୍ଥାନୀୟ ବାସିନ୍ଦା ଉଭୟ ଗୋଷ୍ଠୀକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ କେହି କାହା କଥା ମାନିବାକୁ ରାଜି ନଥିଲେ । ଫଳରେ ସ୍ଥିତି ଉଗ୍ର ରୂପ ନେଇଥିଲା । ଏଥିଯୋଗୁଁ ଦୁଇ ଦଳ ମଧ୍ୟରେ ମାରପିଟ ହୋଇଥିଲା ।

ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଧାମନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ପୋଲିସ ପହଁଞ୍ଚିବା ପରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା । ଏପରିକି ପୋଲିସର ହସ୍ତକ୍ଷେପ ପରେ ଗଣ୍ଡଗୋଳ ନିୟନ୍ତ୍ରଣକୁ ଆସି ନଥିଲା । ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଅଞ୍ଚଳର ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ସେଠାରେ ପୋଲିସ ମୁତୟନ କରାଯାଇଛି । ଆସନ୍ତା ୨ ତରିଖ ସନ୍ଧ୍ୟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ । ତେବେ ବର୍ତ୍ତମାନ ସେଠାରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.