ETV Bharat / state

‘11 ମାସ ଧରି ବିକାଶର ସ୍ବାଦ ଚାଖିବାରୁ ବଞ୍ଚିତ ବ୍ରହ୍ମଗିରି’

ସାତପଡାଠାରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗ ଦେଇଥିଲେ ହଜାର ହଜାର ମହିଳା । ଆଉ ଏହି ଅବସରରେ ସଞ୍ଜୟଙ୍କ ମାନଭଞ୍ଜନ ହୋଇଛି । ଅଧିକ ପଢନ୍ତୁ..

‘11 ମାସ ଧରି ବିକାଶର ସ୍ବାଦ ଚାଖିବାରୁ ବଞ୍ଚିତ ବ୍ରହ୍ମଗିରି’
‘11 ମାସ ଧରି ବିକାଶର ସ୍ବାଦ ଚାଖିବାରୁ ବଞ୍ଚିତ ବ୍ରହ୍ମଗିରି’
author img

By

Published : Mar 13, 2020, 10:58 PM IST

ବ୍ରହ୍ମଗିରି: ମହିଳା ସମାବେଶ କରି ମାନ ଭଞ୍ଜନ କରିଛନ୍ତି ସଞ୍ଜୟ ଦାସବର୍ମା । ସାତପଡ଼ାଠାରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗ ଦେଇଥିଲେ ହଜାର ହଜାର ମହିଳା ।

‘11 ମାସ ଧରି ବିକାଶର ସ୍ବାଦ ଚାଖିବାରୁ ବଞ୍ଚିତ ବ୍ରହ୍ମଗିରି’

ବିଧାନସଭା ନିର୍ବାଚନରେ ସଞ୍ଜୟ ଦାସବର୍ମା ପରାଜୟ ହେବା ପରଠୁ ବ୍ରହ୍ମଗିରି ମାଟି ମାଡିନଥିଲେ । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମିଳିବା ପରେ ଶୁକ୍ରବାର କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ଠାରେ ଏକ ବିରାଟ ମହିଳା ସମାବେଶର ଆୟୋଜନ କରାଯାଇଥିଲା ।

ଅଞ୍ଚଳର ହଜାର ହଜାର ମହିଳା ସେଠାରେ ଯୋଗ ଦେଇ ସଞ୍ଜୟଙ୍କୁ ସ୍ଵାଗତ କରିଥିଲେ । ଏହି ଅବସରରେ ସେ କହିଥିଲେ, ନିର୍ବାଚନ ପରଠାରୁ 11 ମାସ ଧରି ବ୍ରହ୍ମଗିରି ବିକାଶର ସ୍ବାଦ ଚାଖିବାରୁ ବଞ୍ଚିତ ହୋଇଛି । ଏହାସହ ନୂତନ ପଦବୀ ପାଇବା ପରେ ସେହି ବିକାଶକୁ ଆଗେଇ ନେବା ସହ ଫୋନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିବେ ବୋଲି କହିଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.