ETV Bharat / state

ଚାନ୍ଦବାଲିରେ ଧସିଲା ୪୦ ଫୁଟର ସାଳନ୍ଦୀ ନଦୀବନ୍ଧ, ମରାମତି ଦାବି - ସାଳନ୍ଦୀ ନଦୀବନ୍ଧ

ଧସିଲା ୪୦ ଫୁଟର ସାଳନ୍ଦୀ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଆରଡି ପଞ୍ଚାୟତର ଶୀତଳପୁର ଠାରେ ୪୦ ଫୁଟ ଲମ୍ବର ସାଳନ୍ଦୀ ନଦୀର ମାଟି ବନ୍ଧ ଧସିପଡ଼ିଛି । ଅଧିକ ପଢ଼ନ୍ତୁ

Salndi river embankment collapsed
ଧସିଲା ସାଳନ୍ଦୀ ନଦୀବନ୍ଧ
author img

By

Published : Jan 8, 2023, 10:38 PM IST

ଧସିଲା ସାଳନ୍ଦୀ ନଦୀବନ୍ଧ

ଭଦ୍ରକ : ନଦୀରେ ମିଶିଲା ୪୦ ଫୁଟର ସାଳନ୍ଦୀ ନଦୀବନ୍ଧ (Salandi River embankment collapsed ) । ଭୟଭୀତ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ନଦୀବନ୍ଧ ଶୀତଳପୁରରେ ୪୦ ଫୁଟ ତଳକୁ ଧସିପଡ଼ିଛି । ଏହାକୁ ଦେଖି ଶୀତଳପୁରବାସୀ ଓ ଆଖପାଖ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଖବର ଅନୁଯାୟୀ ଯାଜପୁର ଜିଲ୍ଲା ଜଳସମ୍ପଦ ଅଧୀନରେ ଥିବା ଏହି ନଦୀବନ୍ଧରେ ଏବେ ପଥର ପ୍ୟାକିଂ କାମ ଚାଲିଥିଲା । ହେଲେ କୌଣସି କାରଣରୁ ଗତକାଲି(ଶନିବାର) ରାତିରେ ଏହି ନଦୀବନ୍ଧ ଧସିବା ଆରମ୍ଭ ହୋଇଥିଲା ।

ଅଦ୍ୟାବଧି ଏହା 40 ଫୁଟର ନଦୀବନ୍ଧ ନଦୀକୁ ଧସି ଯାଇଥିବା ଜଣାପଡ଼ିଛି । ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ନଦୀବନ୍ଧ ଧସି ଯାଇଥିବା ସୂଚନା ମିଳିଛି । ସାଳନ୍ଦୀ ନଦୀରୁ ବାରମ୍ବାର ମାଟି ଅତଡା ଧସୁଥିବା ବେଳେ ଜଳ ସମ୍ପଦ ଏହାର କୌଣସି ପ୍ରତିକାର କରୁନଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ତେଣୁ ନଦୀ ଭିତରେ ଜାଫର କରି ବା ପଥର ପକାଇ ନଦୀବନ୍ଧ ମରାମତି କରିବାକୁ ଗ୍ରାମବାସୀ ଦାବି କରଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.