ETV Bharat / state

ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ ଘଟଣା, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

author img

By

Published : May 13, 2023, 12:54 PM IST

ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ ଘଟଣା । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ଟଙ୍କା ଫେରସ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

salandi college student meet bhadrak collector

ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ ଘଟଣା

ଭଦ୍ରକ: ଜିଲ୍ଲା ସ୍ଥିତ ସାଳନ୍ଦୀ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଟଙ୍କା ଆଦାୟ ସହ କଲେଜ କର୍ତ୍ତୃପକ୍ଷଙ୍କ ଧମକ ଚମକ ଦେବା ଘଟଣା । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।

ପ୍ରକାଶଥାଉକି, ଏହି ସାଳନ୍ଦି ଡିଗ୍ରୀ କଲେଜଟି ଫକୀର ମୋହନ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ କଲେଜ। ତେଣୁ ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଅନର୍ସ ସେମିନାର ପ୍ରୋଜେକ୍ଟ ପେପର ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଵଳ୍ପ ଦେୟ ପୈଠ କରିବାକୁ ପଡିଥାଏ। ଏହି ଅର୍ଥ ରାଶିକୁ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଫର୍ମ ପୂରଣ ସହ ଆଡମିଶନ ସମୟରେ କଲେଜ ନେଇଥାଏ । ଯାହାକି ଏହି ସାଳନ୍ଦି ଡିଗ୍ରୀ କଲେଜରେ ଅନର୍ସ ରଖିଥିବା ଛାତ୍ର ଛାତ୍ରୀମାନେ ମଧ୍ୟ ପୈଠ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁନର୍ବାର ଅନର୍ସ ସେମିନାର ପ୍ରୋଜେକ୍ଟ ପେପର ପାଇଁ ଆହୁରି 800 ଟଙ୍କା ପୈଠ କରିବା ପାଇଁ କଲେଜର ବିଭିନ୍ନ ଅନର୍ସ ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀମାନଙ୍କୁ କୁହାଯାଇଥିଲା । ମାତ୍ର ଆଦାୟ କରାଯାଉଥିବା ଏହି ଟଙ୍କାର ମନି ରସିଦ ପ୍ରଦାନ କରାଯାଇ ନଥିଲା । ଏନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ କରବାରୁ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ସରକାରୀ ନୋଟିସ୍ ଆସିଛି କହି ଟଙ୍କା ନେଇଥିଲେ ।

ହେଲେ ଏହି ନୋଟିସ ଛାତ୍ର ଛାତ୍ରୀମାନଙ୍କୁ ଦେଖାଇବା ପାଇଁ ଅଗ୍ରାହ୍ୟ କରିଥିଲେ ବିଭାଗୀୟ ଅଧ୍ୟାପକ ଏବଂ ଅଧ୍ୟାପିକା । ଏପରିକି ବିଭାଗୀୟ ଅଧ୍ୟାପକ ଏବଂ ଅଧ୍ୟାପିକମାନେ କହିଥିବା ସରକାରୀ ନୋଟିସ ଆସିଥିବା ନେଇ ମଧ୍ୟ କଲେଜ ପକ୍ଷରୁ ପ୍ରକାଶ କରାଯାଇ ନାହିଁ ବୋଲି ସୂଚନା ମିଳିଛି।

ଏନେଇ ଛାତ୍ରଛାତ୍ରୀ ଅଭିଯୋଗ କରି କହିଛନ୍ତି, "ଆମେ ପ୍ରତିବାଦ କଲେ ବ୍ୟାକ ଲଗାଇବା ସହିତ ପରୀକ୍ଷା ସମୟରେ ହଇରାଣ ହରକତ କରିବା ଭୟ ଦେଖାଉଛନ୍ତି। ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ 800 ଟଙ୍କା ପୈଠ କରିଥିଲୁ। ହେଲେ ଏହିପରି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଜୋରଦାର ପ୍ରତିବାଦ କରିଥିଲେ କଲେଜର ଛାତ୍ରଛାତ୍ରୀ । ଆସିଥିବା ସରକାରୀ ନୋଟିସ ଆମକୁ ଦେଖାନ୍ତୁ । ନଚେତ ଟଙ୍କାର ହିସାବ ଦିଅନ୍ତୁ ଏବଂ ବେଆଇନ ଭାବେ ନେଇଥିବା ଅଧିକ ଟଙ୍କା ଫେରସ୍ତ କରନ୍ତୁ କଲେଜ କର୍ତ୍ତୃପକ୍ଷ ।"

ଆଶ୍ଚର୍ଯ୍ୟର କଥା ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଥିଲେ, ଏଭଳି କୌଣସି ଘଟଣା ବାବଦରେ ତାଙ୍କ ପାଖରେ କୌଣସି ଖବର ନାହିଁ । ହେଲେ ପରବର୍ତ୍ତୀ ସମୟରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ଫେଲ କରିଦିଆଯିବ ବୋଲି କର୍ତୃପକ୍ଷ ଏବେ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରଛାତ୍ରୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.