ETV Bharat / state

‘ସଖି’ ୱାନ ଷ୍ଟପ ସେଣ୍ଟର ଯୋଗାଇବ ମହିଳା ଓ ବାଳିକାଙ୍କୁ ସୁରକ୍ଷା

ନିର୍ଯ୍ୟାତିତ ମହିଳା ଓ ବାଳିକାମାନଙ୍କ ସହାୟତା ପ୍ରଦାନ ଦିଗରେ ‘ସଖି’ ୱାନ ଷ୍ଟପ ସେଣ୍ଟର । ଅଧିକ ପଢନ୍ତୁ...

‘ସଖି’ ୱାନ ଷ୍ଟପ ସେଣ୍ଟର ଯୋଗାଇବ ମହିଳା ଓ ବାଳିକାଙ୍କୁ ସୁରକ୍ଷା
‘ସଖି’ ୱାନ ଷ୍ଟପ ସେଣ୍ଟର ଯୋଗାଇବ ମହିଳା ଓ ବାଳିକାଙ୍କୁ ସୁରକ୍ଷା
author img

By

Published : Dec 3, 2020, 9:39 AM IST

ଭଦ୍ରକ: ନିର୍ଯାତିତ ମହିଳା ଏବଂ ବାଳିକା ମାନଙ୍କ ସମନ୍ବିତ ସୁବିଧା ଓ ଆଇନ‌ଗତ ସହଯୋଗ ନିମନ୍ତେ ଭଦ୍ରକ ଜିଲ୍ଲା ତିହିଡି ଥାନା ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଚେତନତା ସଭାରେ ଭଦ୍ରକ ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଚାନ୍ଦବାଲି ଏସଡିପିଓ, ତିହିଡି ଥାନାଧିକାରୀ ଓ ଜୀବନଜ୍ୟୋତି ସଂଗଠନର ସମ୍ପାଦକ ପ୍ରମୁଖ ଯୋଗଦେଇ ନିର୍ଯାତିତ ମହିଳା ଓ ବାଳିକାମାନଙ୍କ ସହାୟତା ପ୍ରଦାନ ଦିଗରେ ‘ସଖି’ ୱାନ ଷ୍ଟପ ସେଣ୍ଟରର ଭୂମିକା ସଂପର୍କରେ ଆଲୋଚନା କରିଥିଲେ ।

‘ସଖି’ ୱାନ ଷ୍ଟପ ସେଣ୍ଟର ଯୋଗାଇବ ମହିଳା ଓ ବାଳିକାଙ୍କୁ ସୁରକ୍ଷା

ଦୈନିକ ଘରୋଇ ହିଂସା ଠାରୁ ଆରମ୍ଭ କରି ବିଭିନ୍ନ ଶାରିରୀକ ମାନସିକ ନିର୍ଯ୍ୟାତନାର ଶିକାର ହେଉଥିବା ମହିଳା ଓ ଶିଶୁମାନଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନ ସହାୟତା, ମନସ୍ତାତିକ ଓ ସାମାଜିକ ପରାମର୍ଶ ଦେବା ସହ ସେମାନଙ୍କୁ ଆଶ୍ରୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ‘ସଖି’ ୱାନ ଷ୍ଟପ ସେଣ୍ଟର ଖୋଲା ଯାଇଛି ।

ଭଦ୍ରକ ଜିଲ୍ଲାରେ ଫେଲୋସିପ ଏହାର ପରିଚାଳନା ଦାୟିତ୍ବ ନେଇଛି । ଏହା 24ଘଣ୍ଟା ସେବା ଯୋଗାଇ ଦେଉଛି । ନିର୍ଯ୍ୟାତିତ ମହିଳା ଓ ବାଳିକାମାନେ ‘ସଖି’ର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଟପଡ଼ା ସରପଞ୍ଚ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ବରିଷ୍ଠ ନାଗରିକ ସଂଘ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.