ETV Bharat / state

ଚିଟଫଣ୍ଡ ଠକଙ୍କ ଗିରଫ ଦାବି, ଗଣଧାରଣା ଦେଲେ କ୍ଷତିଗ୍ରସ୍ତ ଜମାକାରୀ - bhadrak

ଚିଟଫଣ୍ଡ ଅଭିଯୁକ୍ତକୁ ଗିରଫ ଦାବି କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ଭଦ୍ରକବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 30, 2019, 10:07 PM IST

ଭଦ୍ରକ: ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଚିଟଫଣ୍ଡ ସଂସ୍ଥା ଦ୍ବାରା ଠକେଇ ହୋଇଥିବା କ୍ଷତିଗ୍ରସ୍ତ ଜମାକାରୀମାନେ ଏହି ଧାରଣା ଦେଇଛନ୍ତି । ଲୋକଙ୍କର ଟଙ୍କାକୁ ଖୁବ ଶୀଘ୍ର ଡବଲ କରିବା ପାଇଁ ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ସଂସ୍ଥା ନାମରେ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ଯାହାକୁ ନେଇ କ୍ଷତିଗ୍ରସ୍ତ ଜମାକାରୀମାନେ ନିଜର ଟଙ୍କା ଫେରସ୍ତ ସହ ଅଭିଯୁକ୍ତକୁ ଗିରଫ ଦାବିରେ ଏହି ଆନ୍ଦୋଳନ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ 3 ବର୍ଷ ପୂର୍ବେ ବିଟକଏନ ନାମକ ଚିଟଫଣ୍ଡ କମ୍ପାନୀ ଭଦ୍ରକ ଜିଲ୍ଲାର ବିଭିନ୍ନ ଜମାକାରୀଙ୍କ ଠାରୁ 50 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମାଞ୍ଚଳ ଥାନାରେ କ୍ଷତିଗ୍ରସ୍ତ ଜମାକାରୀମାନେ 15 ଦିନ ହେଲା ଏତଲା ଦେଇଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଏବଂ ନିଜର କଷ୍ଟ ଉପାର୍ଜିତ ଧନ ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ଜମାକାରୀମାନେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।

ତେବେ ଘଟଣାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଏହି ଗଣଧାରଣା ହଟିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

SLUG : CHITFUND 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 30.05.2019

ANCHOR : କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣଧାରଣା। ଲୋକମାନଙ୍କର ଟଙ୍କାକୁ ଖୁବ ଶୀଘ୍ର ଡବଲ କରିବା ପାଇଁ ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଥିବା ସଂସ୍ଥା ନାମରେ ଅଭିଯୋଗ ଆଣିଲେ କ୍ଷତିଗ୍ରସ୍ଥ ଜମାକାରୀ। ଯାହାକୁ ନେଇ କ୍ଷତିଗ୍ରସ୍ତ ଜମାକାରୀ ମାନେ ନିଜର ଟଙ୍କା ଫେରସ୍ତ ସହ ଅଭିଯୁକ୍ତକୁ ଗିରଫ ଦାବିରେ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ସୂଚନା ଅନୁଯାୟୀ 3 ବର୍ଷ ପୂର୍ବେ ବିଟକଏନ ନାମକ ଚିଟ୍ ଫଣ୍ଡ କମ୍ପାନୀ ଭଦ୍ରକ ଜଲ୍ଲା ର ବିଭିନ୍ନ ଜମାକାରୀଙ୍କ ଠାରୁ 50 ଲକ୍ଷରୁ ଉର୍ଧ୍ଵ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମାଞ୍ଚଳ ଥାନା ରେ କ୍ଷତିଗ୍ରସ୍ତ ଜମାକାରୀ ମାନେ 15 ଦିନ ହେଲା ଏତଲା ଦେଇଥିଲେ। ହେଲେ ଅଭିଯୁକ୍ତକୁ ପୋଲିସ ଗିରଫ କରୁନି। ତେଣୁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଏବଂ ନିଜର କଷ୍ଟ ଉପାର୍ଜିତ ଧନ ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ଜମାକାରୀ ମାନେ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ଏନେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଏହି ଗଣଧାରଣା ହଟିଥିଲା।
ftp ରେ ଭିଜୁଆଲ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.