ETV Bharat / state

ଆଖି ତାଡିନେବା ମାମଲା: ତଦନ୍ତରେ ବିଳମ୍ବ ନେଇ ଆଦିବାସୀଙ୍କ ରାସ୍ତା ଅବରୋଧ

author img

By

Published : Feb 17, 2020, 8:33 PM IST

କଟକ ବଡ ମେଡିକାଲ ଜଣେ ଆଦିବାସୀଙ୍କ ଆଖି ତାଡିନେଇଥିବା ଅଭିଯୋଗ ହେବା ପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗରେ ରାସ୍ତା ଅବରୋଧ । ଅଧିକ ପଢନ୍ତୁ...

_road block by tribal people in bhadrak
ଆଦିବାସୀଙ୍କ ରାସ୍ତା ଅବରୋଧ

ଭଦ୍ରକ: କଟକ ବଡ ମେଡିକାଲରେ ଜଣେ ଆଦିବାସୀଙ୍କ ଆଖି ତାଡିନେଇଥିବା ଅଭିଯୋଗ ହେବା ପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗରେ ରାସ୍ତା ଅବରୋଧ । 2019 ନଭେମ୍ବର 11ରେ କଟକ ମେଡିକାଲରେ ଆଖି ତାଡି ନେଇଯାଇଥିବା ଅଭିଯୋଗ ହୋଇଥିଲା । ମାତ୍ର ଏନେଇ ତଦନ୍ତରେ ବିଳମ୍ବ ଓ ନ୍ୟାୟ ଦାବି କି ଆଜି ଶତାଧିକ ଆଦିବାସୀ ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥର ବାଗୁରାଇ ଠାରେ ରାଜରାସ୍ତା ଅବରୋଧ କରିଥିଲେ ।

ଆଦିବାସୀଙ୍କ ରାସ୍ତା ଅବରୋଧ

ଖବରଅନୁଯାୟୀ, ଭଦ୍ରକ ବାଗୁରାଇ ଆଦିବାସୀ କଲୋନିର ବୀର ଗାଗରାଇଙ୍କ ମୃତ୍ୟୁକଟକ ବଡ ମେଡିକାଲରେ ହୋଇଥିଲା । ଏହାପରେ ପରିବାର ଲୋକଙ୍କୁ ନଜଣାଇ ବୀର ଗାଗରାଇଙ୍କ ଆଖି ତାଡି ନେଇଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।

ମାତ୍ର ପୋଲିସ ପକ୍ଷରୁ ତଦନ୍ତରେ ବିଳମ୍ବ ହେଉଥିବାରୁ ରାସ୍ତା ଅବରୋଧ କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ଓ ଜିଲ୍ଲା ପ୍ରାଶାସନିକ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.