ETV Bharat / state

ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବୋଲେରୋ, 9 ଗୁରୁତର - ଦୁର୍ଘଟଣାରେ ନଅ ଗୁରୁତର

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବୋଲେରୋ । ନଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

road-accident-at-bhadrak
ଯାତ୍ରୀବାହି ବୋଲେରୋ ଦୁର୍ଘଟଣା ଗ୍ରସ୍ତ, 9 ଗୁରୁତର
author img

By

Published : Dec 12, 2020, 5:48 PM IST

ଭଦ୍ରକ: ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ବୋଲେରୋ । ନଅ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ।

ବୋଲେରୋ ଦୁର୍ଘଟଣା ଗ୍ରସ୍ତ, 9 ଗୁରୁତର

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ଵରପୁର ଅଞ୍ଚଳରୁ ଏକ ବୋଲେରୋ ତିହିଡି ବ୍ଲକ ଅନ୍ତର୍ଗତ ପିରହାଟକୁ ଆସୁଥିଲା । ସୂଚନା ଅନୁଯାୟୀ ଦୃତ ଗତିରେ ଆସୁଥିବା ଏହି ବୋଲେରୋଟି ଭଦ୍ରକ-ଚାନ୍ଦବାଲି ରାସ୍ତାର ନାଲଗୁଣ୍ଡା ଠାରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ବରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ସେଥିରେ ଥିବା ଏଗାର ଜଣ ଯାତ୍ରୀଙ୍କ ମଧ୍ୟରୁ ନଅ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ଯାହାପରେ ସମସ୍ତ ଆହତଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସମସ୍ତ ଗୁରୁତର ଭାବେ ଆହତ ହୋଇଥିବା ଯାତ୍ରୀଙ୍କ ଅବସ୍ତା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.