ETV Bharat / state

ଗଣଶିକ୍ଷା ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ, ଜିଲ୍ଲା ଶିକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

author img

By

Published : Mar 2, 2021, 6:22 PM IST

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭଦ୍ରକ ଗସ୍ତ କରି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ, ଜିଲ୍ଲା ଶିକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା
ଗଣଶିକ୍ଷା ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ, ଜିଲ୍ଲା ଶିକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଭଦ୍ରକ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭଦ୍ରକ ଗସ୍ତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରି ଶେଷରେ ଜିଲ୍ଲାପାଳଙ୍କ ବୈଠକରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ଭିତ୍ତିଭୂମି ଉପରେ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଭଦ୍ରକ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଉପସ୍ଥିତ ଅଛନ୍ତି ।

ବିଶେଷକରି ଆଦର୍ଶ ବିଦ୍ୟାଳୟ ଘର ନିର୍ମାଣର ଅଗ୍ରଗତି, ହଷ୍ଟେଲ ବ୍ୟବସ୍ଥା, ବାଳିକା ଶିକ୍ଷା, ବାଳିକାଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ, ମୋ ସ୍କୁଲ ଅଭିଯାନ, ପାଠ୍ୟ ପୁସ୍ତକ ଏବଂ ପୋଷାକ ବିତରଣ ଆଦି ଉପରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିବା ଜଣାପଡିଛି । ଏଥିସହ କିପରି ନବନିର୍ମିତ ଆଦର୍ଶ ବିଦ୍ୟାଳୟର କାମ ଯଥାଶୀଘ୍ର ଶେଷ ହେବ, ସେନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.