ETV Bharat / state

ପିଡିଏସ ସାମଗ୍ରୀ ବଣ୍ଚନ ବେଳେ ସାମାଜିକ ଦୂରତ୍ବ ଭୁଲିଲେ ରିଟେଲର ଓ ହିତାଧିକାରୀ - କୋରୋନା ଭାଇରସ

ଲକଡାଉନ କଟକଣାକୁ ଖୋଲାଖୋଲି ଉଲଙ୍ଘନ । ପିଡିଏସ ସାମଗ୍ରୀ ବାଣ୍ଟିବା ବେଳେ ଭୂଲିଲେ ସାମାଜିକ ଦୂରତ୍ବ । ଅଧିକ ପଢନ୍ତୁ...

Retailers forgot about social distances while distributing PDS items
ପିଡିଏସ ସାମଗ୍ରୀ ବଣ୍ଚନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ରିଟେଲର ଓ ହିତାଧିକାରୀ
author img

By

Published : Apr 2, 2020, 8:19 PM IST

ଭଦ୍ରକ: ଲକଡାଉନ କଟକଣାକୁ ଖୋଲାଖୋଲି ଉଲଙ୍ଘନ । ହେଉନାହିଁ ସାମାଜିକ ଦୂରତ୍ବର ପାଳନ। ରିଟେଲରଙ୍କ ଷ୍ଟକପଏଣ୍ଟରେ ଶତାଧିକ ଖାଉଟିଙ୍କ ମେଳି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ।

ପିଡିଏସ ସାମଗ୍ରୀ ବଣ୍ଚନ ବେଳେ ସାମାଜିକ ଦୂରତ୍ବ ଭୂଲିଲେ ରିଟେଲର ଓ ହିତାଧିକାରୀ

ଲକଡାଉନ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ହିତାଧିକାରୀଙ୍କୁ ପିଡିଏସ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ସାମଗ୍ରୀ ନେବା ସମୟରେ ସାମାଜିକ ଦୂରତ୍ବ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହେଲେ ବଜରାପୁର ପଞ୍ଚାୟତର 7ଟି ୱାର୍ଡ ପାଇଁ ପଞ୍ଜିକୃତ ହୋଇଥିବା ରିଟେଲର ଶତାଧିକ ହିତାଧିକାରୀ ମାନଙ୍କୁ ଗୋଟିଏ ସ୍ଥାନରେ ପିଡିଏସ ସମାଗ୍ରୀ ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରିଟେଲର ପଏଣ୍ଟକୁ ବନ୍ଦ କରିଛି ।

ଭଦ୍ରକ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.