ETV Bharat / state

କୋରୋନା ମାଡ: ଖାଲି ପଡିଛି ରେଷ୍ଟୁରାଣ୍ଟ, ହେଉନି ବେପାର

author img

By

Published : Jul 27, 2020, 1:03 PM IST

କୋରୋନା କଟକଣା ଯୋଗୁଁ ଖାଁ ଖାଁ ଭଦ୍ରକର 50ରୁ ଅଧିକ ରେଷ୍ଟୁରାଣ୍ଟ । ପୂର୍ବପରି ବ୍ୟବସାୟ ହେଉ ନଥିବା କହିଲେ ବ୍ୟବସାୟୀ । ପେଟପାଟଣାକୁ ନେଇ ଚିନ୍ତାରେ ମାଲିକ ଓ କର୍ମଚାରୀ । ଅଧିକ ପଢନ୍ତୁ...

restaurant owner faces financial crisis due to lockdown in bhadrak
କୋରୋନା ମାଡ: ଖାଲି ପଡିଛି ରେଷ୍ଟୁରାଣ୍ଟ, ହେଉନି ବେପାର

ଭଦ୍ରକ : କୋରୋନା ପାଇଁ ଚିନ୍ତାରେ ଭଦ୍ରକ ରେଷ୍ଟୁରାଣ୍ଟ ମାଲିକ । କାହିଁକିନା କୋରୋନା କଟକଣା ପାଇଁ ଆଗପରି ବେପାର ହେଉନି । ଆଉ ଯାହା ଆୟ ହେଉଛି ତାହା ସମୁଦ୍ରକୁ ଶଙ୍ଖେ । ରେଷ୍ଟୁରାଣ୍ଟରୁ ଗ୍ରାହକମାନେ କେବଳ ପାର୍ସଲ ନେଇଛନ୍ତି । କିନ୍ତୁ ପୂର୍ବପରି ବସିକି ଖାଇବାକୁ ବାରଣ କରାଯଇଛି । ଭଲ ବ୍ୟବସାୟ ହେଉ ନ ଥିବାରୁ ମାଲିକମାନେ ମଧ୍ୟ କର୍ମଚାରୀଙ୍କୁ ରେଷ୍ଟୁରାଣ୍ଟ ବାହାର କରି ଦେଉଥିବା ଅଭିଯୋଗ ହୋଇଛି ।

ସଂକ୍ରମଣର ଭୟ ଯୋଗୁଁ ଖାଦ୍ୟର ମାନକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି ରେଷ୍ଟୁରାଣ୍ଟ ମାଲିକ । ରେଷ୍ଟୁରାଣ୍ଟରୁ ପାର୍ସଲ ମାଧ୍ୟମରେ ଯେଉଁ ଖାଦ୍ୟ ପାନୀୟ ନେଇଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି ? ସେଗୁଡିକ ସଂକ୍ରମଣ ଶୂନ୍ୟ କି ନୁହେଁ ସନ୍ଦେହ ପ୍ରକଟ କରିଛନ୍ତି ବିଶେଷଜ୍ଞ ଓ ବୁଦ୍ଧିଜୀବୀ। ଖାଦ୍ୟର ମାନ ପରୀକ୍ଷଣ ହେଉ ନାହିଁ। କାରଣ ମାନ ପରୀକ୍ଷଣ କରିବା ପାଇଁ ଜିଲ୍ଲାରେ ଦୀର୍ଘ ଦିନ ଧରି ଅଧିକାରୀ ନାହାଁନ୍ତି । ଏନେଇ ଉଭୟ ଗ୍ରାହକ ଓ ବ୍ୟବସାୟୀ ବିଶେଷ ଯତ୍ନବାନ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। l

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.