ETV Bharat / state

REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି

author img

By

Published : Mar 25, 2022, 1:50 PM IST

ଭଦ୍ରକ ୨୪ ନଂ ୱାର୍ଡରେ ଚାଲିଛି ସାନି ମତଦାନ । ଏଠାରେ ଗତକାଲି ଭୋଟ ଗ୍ରହଣ ସମୟରେ ହିଂସାକାଣ୍ଡ ଘଟିଥିବାରୁ ପୁଣି ଏଠାରେ ମତଦାନ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି
REPOLLING: କଡା ସୁରକ୍ଷା ମଧ୍ୟରେ ଭଦ୍ରକ ୨୪ ନଂ ୱାର୍ଡରେ ମତଦାନ ଜାରି

ଭଦ୍ରକ: ଜିଲ୍ଲାର ୨୪ ନଂ ୱାର୍ଡରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାରି ରହିଛି ମତଦାନ । ଗତକାଲି(ଗୁରୁବାର) ଏହି ୱାର୍ଡରେ ପୌର ନିର୍ବାଚନ ନେଇ ଭୋଟ ଗ୍ରହଣ ସମୟରେ ହିଂସାକାଣ୍ଡ ହୋଇଥିଲା । କିଛି ଅସାମାଜିକ ବ୍ୟକ୍ତି ବୁଥ ଭିତରେ ପଶି ମାରପିଟ କରିବା ସହ ଭଙ୍ଗାରୁଜା କରିଥିଲେ । ଏଥିଲାଗି ଏଠାରେ ପୁଣି ଆଜି(ଶୁକ୍ରବାର) ପୁନଃ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି ।

ଦୁର୍ବୃତ୍ତମାନେ EVMକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏନେଇ ପୋଲିସ ନିକଟରେ ଖବର ପହଞ୍ଚିବା ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଘଟଣାରେ ବିଭିନ୍ନ ରାଜନୈତିକ ଦଳର 4 ଜଣ ଆହତ ହୋଇଥିଲେ । ଏଥିଯୋଗୁଁ ଏହି ୱାର୍ଡର 65 ଓ 66 ନମ୍ବର ବୁଥ୍‌ରେ ପ୍ରଥମେ ମତଦାନ ବାଧାପ୍ରାପ୍ତ ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା । ଏନେଇ ପ୍ରଶାସନ ପକ୍ଷରୁ ଉକ୍ତ ବୁଥ୍‌ ଗୁଡ଼ିକରେ ସାନି ମତଦାନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ଏହି ୱାର୍ଡର 65 ଓ 66 ନମ୍ବର ବୁଥ୍‌ରେ ସାନି ମତଦାନ ଲାଗି 25 ତାରିଖ ସକାଳ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଥିଲେ । ଏ ସମ୍ପର୍କରେ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବା ପରେ ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଥିଲା । ଏହି କ୍ରମରେ ଆଜି ସେଠାରେ ମତଦାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେଉଛି। ଏନେଇ ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏଥିସହ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 3 ଜଣ DSPଙ୍କ ସମେତ ଇନିସପେକ୍ଟର, ସବ ଇନ୍ସପେକ୍ଟର, ASI ଓ ମହିଳା ପୋଲିସ ମୁତୟନ କରାଯାଇଛି । ମୋଟାମୋଟି ଏହି ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ସେଠାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଜାରି ରହିଥିବା ଜଣାପଡ଼ିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.