ETV Bharat / state

ଭୁଲିଗଲେ ନିୟମ, ଟିକା ପାଇଁ ମୁହାଁମୁହିଁ ରେଳବାଇ କର୍ମଚାରୀ - ଭଦ୍ରକ ରେଲୱେ ମେଡିକାଲ ଟୀକାକରଣ

କରୋନା ଟିକା ନେବା ପାଇଁ ରେଳ କର୍ମଚାରୀଙ୍କ ମଧ୍ୟରେ ଦେଖା ଦେଇଛି ନାହିଁନଥିବା ଭିଡ଼ । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ରେଳବାଇ ପୋଲିସ (RPF ଓ GRP) କୁ ନାକେଦମ ହେବାକୁ ପଡିଛି । ଅଧିକ ପଢନ୍ତୁ...

ଭୁଲିଗଲେ ନିୟମ, ଟିକା ପାଇଁ ଭିଡାଭିଡି ରେଳବାଇ କର୍ମଚାରୀ

author img

By

Published : May 19, 2021, 9:21 PM IST

ଭଦ୍ରକ: ଭଦ୍ରକ ରେଲୱେ ମେଡିକାଲ ଟୀକାକରଣ କେନ୍ଦ୍ରରେ କରୋନା କଟକଣାକୁ ଫୁ । ସାମାଜିକ ଦୂରତା ଭୁଲିଗଲେ ରେଳ କର୍ମଚାରୀ । କରୋନା ଟିକା ନେବା ପାଇଁ ରେଳ କର୍ମଚାରୀଙ୍କ ମଧ୍ୟରେ ଦେଖା ଦେଇଛି ନାହିଁନଥିବା ଭିଡ଼ । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ରେଳବାଇ ପୋଲିସ (RPF ଓ GRP) କୁ ନାକେଦମ ହେବାକୁ ପଡିଛି ।

ଭୁଲିଗଲେ ନିୟମ, ଟିକା ପାଇଁ ଭିଡାଭିଡି ରେଳବାଇ କର୍ମଚାରୀ

ସୂଚନା ଅନୁଯାୟୀ ଭଦ୍ରକ ରେଲୱେ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ରେଳବାଇ କର୍ମଚାରୀ ମାନଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି । କରୋନା ସମୟରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କ ପାଇଁ ଖୋର୍ଦ୍ଧା ଡିଭିଜନାଲ ମ୍ୟାନେଜରଙ୍କ ଉଦ୍ୟମରେ କେବଳ ରେଳବାଇ କର୍ମଚାରୀଙ୍କ ପାଇଁ ରେଲୱେ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଥିବା ଜଣାପଡିଛି । ଭଦ୍ରକ ଷ୍ଟେସନ ଠାରୁ ହରିଦାସ ପୁର ଷ୍ଟେସନ ପର୍ଯ୍ୟନ୍ତ ଷ୍ଟାଫଙ୍କ ପାଇଁ ଟୀକାକରଣର ବ୍ୟବସ୍ଥା କରାଯାଇଛି ।

ଆଜି(ବୁଧବାର) ଟିକାକେନ୍ଦ୍ର ଖୋଲାଯିବା ପରେ ରେଲୱେ କର୍ମଚାରୀ ମାନେ ଲମ୍ବା ଲାଇନ ଲଗାଇବା ସହ, ଆଗ ଟିକା ନେବା ପାଇଁ ଲୋକ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । 300 ଟିକାକୁ 1500 କର୍ମଚାରୀଙ୍କ ଭିଡ଼ ଦେଖିବାକୁ ମିଳିିଥିଲା । ଯାହାକି ରେଲୱେ କର୍ମଚାରୀ ମାନେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ । ଟିକା କେନ୍ଦ୍ର ସମ୍ମୁଖରେ ହୋ ହାଲ୍ଲା ହେବା ସହିତ ବିଶୃଙ୍ଖଳା ପରିବେଶ ସୃଷ୍ଟି ହେବାରୁ ରେଳବାଇ ପୋଲିସ (RPF ଓ GRP) ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିବା ଜଣାପଡିଛି । ତେବେ ଏନେଇ ଟିକା ନେବାକୁ ଆସିଥିବା ରେଳବାଇ କର୍ମଚାରୀ କି ବିିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.