ETV Bharat / state

ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ: ବିପୁଳ ପରିମାଣର ଜର୍ଦ୍ଦା ଜବତ, ଜଣେ ଗିରଫ - ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ । ଭଦ୍ରକ ପୁରୁଣାବଜାର ଥାନା ଅଧିନସ୍ଥ ପଠାନ ମହଲାର ଗୋଟିଏ ଘରେ ନକଲି ଜର୍ଦ୍ଦା କାରଖାନା ଉପରେ ପୋଲିସର ଚଢାଉ । ପ୍ରାୟ ଏକ ଲକ୍ଷ 20 ହଜାର ଟଙ୍କା ନକଲି ଜର୍ଦ୍ଦା ସହ ଜଣକୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

raid at duplicate jarda factory in bhadrak
ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ: ବିପୁଳ ପରିମାଣର ଜର୍ଦ୍ଦା ଜବତ, ଜଣେ ଗିରଫ
author img

By

Published : Oct 6, 2020, 8:27 AM IST

ଭଦ୍ରକ: ଭଦ୍ରକରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ସୂଚନା ଅନୁସାରେ, ଭଦ୍ରକ ପୁରୁଣାବଜାର ଥାନା ଅଧିନସ୍ଥ ପଠାନ ମହଲାର ଗୋଟିଏ ଘରେ ଏକ ନକଲି ଜର୍ଦ୍ଦା କାରଖାନା ଥିବା ସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ଗଛିତ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା ।

ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ: ବିପୁଳ ପରିମାଣର ଜର୍ଦ୍ଦା ଜବତ, ଜଣେ ଗିରଫ

ପରେ ପୁରୁଣା ବଜାର ପୋଲିସର ଏକ ଟିମ ସେହି ଘରେ ଅତର୍କିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ନାମିଦାମୀ କମ୍ପାନୀର ନକଲି ଜର୍ଦ୍ଦା ଲୋଗୋ, ଜର୍ଦ୍ଦା ପତି ସହ କିଛି ଯନ୍ତ୍ରାଂଶ ଜବତ କରିଛି। ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ 20 ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାରେ ପୁରଣାବଜାର ପୋଲିସ ରାଜୁ ଖାଁ ନାମକ ଜଣେ ଯୁବକକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଛି।

ତେବେ ଏହି ନକଲି କାରବାରର ଲିଙ୍କ ବିଷୟରେ ଅଧିକ ଜାଣିବ ପାଇଁ ପୁରୁଣା ବଜାର ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.