ETV Bharat / state

ଭଦ୍ରକକୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କ ଗସ୍ତ

ଭଦ୍ରକରେ 5 ନୂଆ କରୋନା ପଜିଟିଭ ବାହାରିବା ପରେ ଉଭୟ ଜ଼ିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକ ସକ୍ରିୟ ହୋଇପଡିଛି। ତେବେ ନୂଆ କରୋନା ପଜିଟିଭ ଗ୍ରାମାଞ୍ଚଳରେ ବାହାରିଥିବା ଓ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଥିବା ଆଶଙ୍କା କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଅଧିକ ପଢନ୍ତୁ..

public-health-directors-visit
public-health-directors-visit
author img

By

Published : Apr 21, 2020, 8:36 PM IST

ଭଦ୍ରକ: ଜିଲ୍ଲାରେ 5 ନୂଆ କରୋନା ପଜିଟିଭ ବାହାରିବା ପରେ ଉଭୟ ଜ଼ିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକ ସକ୍ରିୟ ହୋଇପଡିଛି। ତେବେ ନୂଆ କରୋନା ପଜିଟିଭ ଗ୍ରାମାଞ୍ଚଳରେ ବାହାରିଥିବା ଓ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଥିବା ଆଶଙ୍କା କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ନିର୍ଦେଶରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକ ଡାକ୍ତର ଅଜିତ ମହାନ୍ତି ଓ ତାଙ୍କ ଟିମ ଭଦ୍ରକରେ ପହଞ୍ଚିଛନ୍ତି।

ଭଦ୍ରକକୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦେଶକଙ୍କ ଗସ୍ତ

ପ୍ରଥମେ ସେ ସିଡିଏମଓଙ୍କ ସହ ଆଲୋଚନା କରି କରୋନା ଭାଇରସ ରୋଗୀ ସମ୍ପର୍କୀୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କିପରି ହୋଇଛି, ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ଟ୍ରେସ ଆଉଟ ହୋଇଛି କି ନାହିଁ ସେ ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସେ ଓ ତାଙ୍କ ଟିମ ଭଣ୍ଡାରିପୋଖରୀ, ବାସୁଦେବପୁର ଅଞ୍ଚଳକୁ ଯାଇଛନ୍ତି। ବିଶେଷକରି କଣ୍ଟନମେଣ୍ଟ ଜୋନରେ ନିଆଯାଇଥିବା ପଦକ୍ଷେପ ଦେଖିବା ପାଇଁ ସେ ସେଠାକୁ ଯାଇଛନ୍ତି। ସେଠାରୁ ଫେରି ଜ଼ିଲ୍ଲାପାଳ, ସିଡିଏମଓ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.