ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନ ବିରୋଧରେ ପ୍ରତିବାଦ - protests against disrespect to media

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରସ୍ତାବିତ ପାଇଖାନା ନିର୍ମାଣ ଉପରେ ସିଭିଲ ସୋସାଇଟି ବିରୋଧ କରି ଚାନ୍ଦବାଲି ତହସିଲରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ତହସିଲଦାର ଏକ ଅଭିଯୋଗ ସୁଣାଣି ପାଇଁ ସିଭିଲ ସୋସାଇଟିକୁ ଚିଠି କରିଥିଲେ । ଅଧିକ ପଢନ୍ତୁ...

ଭଦ୍ରକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନ ବିରୋଧରେ ପ୍ରତିବାଦ

author img

By

Published : Jan 28, 2021, 9:43 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରସ୍ତାବିତ ପାଇଖାନା ନିର୍ମାଣ ଉପରେ ସିଭିଲ ସୋସାଇଟି ବିରୋଧ କରି ଚାନ୍ଦବାଲି ତହସିଲରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ତହସିଲଦାର ଏକ ଅଭିଯୋଗ ଶୁଣାଣି ପାଇଁ ସିଭିଲ ସୋସାଇଟିକୁ ଚିଠି କରିଥିଲେ । ତହସିଲଦାରଙ୍କ ସହ ସିଭିଲ ସୋସାଇଟିର ଏହି ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଖବର ସଂଗ୍ରହ କରୁଥିଲେ ।

ତେବେ ହଠାତ ତହସିଲଦାର ଶୁଶାନ୍ତ ସୁତାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ କ୍ରୋଧାନ୍ବିତ ହୋଇ ତହସିଲ କାର୍ଯ୍ୟାଳୟରୁ ବାହାରି ଯିବାକୁ କହିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅସମ୍ମାନ କରିଥିବା ଜଣାପଡିଛି । ଗଣାମାଧ୍ୟମ ପ୍ରତିନିଧି ମାନଙ୍କୁ ତହସିଲଦାରଙ୍କ ଅଶାଳୀନ ବ୍ୟବହାର ପାଇଁ ସିଭିଲ ସୋସାଇଟି ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଆଗରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସିଭିଲ ସୋସାଇଟିର କର୍ମକର୍ତ୍ତା ମାନେ ତହସିଲଦାରଙ୍କ ଉପରେ ବର୍ଷିଥିଲେ ।

ଭଦ୍ରକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନ ବିରୋଧରେ ପ୍ରତିବାଦ

ତହସିଲ କାର୍ଯ୍ୟାଳୟ ସର୍ବ ସମୁଖରେ ତହସିଲଦାରଙ୍କ ଏଭଳି କଟୁ ମନ୍ତବ୍ୟକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି । ତେବେ ଏନେଇ ତହସିଲଦାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.