ଭଦ୍ରକ: ଧାମନଗର ଓ ଭଦ୍ରକ ବିଧାୟକଙ୍କ ପରେ ଶନିବାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦର ସ୍ବର । ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟବସ୍ଥା ଭୁଶୁଡି ଯାଇଥିଲାବେଳେ ଭଦ୍ରକ ଜ଼ିଲ୍ଲାବାସୀ ଦୀର୍ଘଦିନ ହେଲା ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛନ୍ତି ।
ଏନେଇ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରୁଛି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି। ଏହି କ୍ରମରେ ପ୍ରଥମେ ଧାମନଗର ଓ ଭଦ୍ରକ ବିଧାୟକଙ୍କ ଶନିବାର ତୃତୀୟ ଦିନରେ ଭଣ୍ଡାରୀପୋଖରୀ ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଯେପର୍ଯ୍ୟନ୍ତ ଭଦ୍ରକ ଜ଼ିଲ୍ଲାରେ ସରକାରୀ ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ନକରାଯାଇଛି ସେ ପର୍ଯ୍ୟନ୍ତ ଧାରଣା, ଧର୍ମଘଟ ଓ ପ୍ରତିବାଦର ସ୍ୱର ଜାରି ରହିବ ବୋଲି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜାରି ରହିବ ବୋଲି ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ