ଭଦ୍ରକ: ଜିଲ୍ଲାର ତିହିଡି କାଁପଡା ବଜାରରେ ଥିବା ଏସବିଆଇ ଗ୍ରାହକ ସେବା କେନ୍ଦ୍ର ପକ୍ଷରୁ ଗ୍ରାହକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଜମାକାରୀଙ୍କ ଟଙ୍କାକୁ ସେମାନଙ୍କ ଅଗୋଚରରେ ଉଠାଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
କାଳିଆ ଓ କିଷାନ ଯୋଜନାରେ ଆସୁଥିବା ଟଙ୍କାକୁ ହିତାଧିକାରୀଙ୍କ ଜମାଖାତାରୁ ହଡପ ହେଉଥିବା ସୂଚନା ମିଳିଛି । ଗ୍ରାହକ ସେବା କେନ୍ଦ୍ରର ଏହିପରି କାର୍ଯ୍ୟକଳାପ ବିରୋଧରେ ବିହିତ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି ।
ଅନ୍ୟପଟେ ଗ୍ରାହକ ସେବା କେନ୍ଦ୍ର ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣଭାବେ ଖଣ୍ଡନ କରିଥିବା ଜଣାଯାଇଛି । ଏହିପରି ଅଭିଯୋଗ ପରେ ବ୍ୟାଙ୍କର ଉପରିସ୍ଥ ଅଧିକାରୀମାନେ ଏହାର ତଦନ୍ତ କରିଥିଲେ ମଧ୍ୟ କୌଣସି ସୁରାକ ମିଳିନାହିଁ । ଶେଷରେ ଆରବିଆଇ ଏହାକୁ ତଦନ୍ତ କରୁଛି ଏବଂ ପ୍ରାୟ ଦେଢ ମାସ ସମୟ ଲାଗିବା ସହ ତଦନ୍ତ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ