ETV Bharat / state

ବିନା ନୋଟିସରେ ଶ୍ରମିକଙ୍କୁ ଛଟେଇ ଅଭିଯୋଗ, ନ୍ୟାୟ ପାଇଁ ଶ୍ରମ ଅଧିକାରୀଙ୍କୁ ଗୁହାରି - ଭଦ୍ରକ ନ୍ୟୁଜ

ଭଦ୍ରକ ଜିଲ୍ଲା ଧାମରା ପୋର୍ଟର ଏକ ଘରୋଇ କମ୍ପାନୀରୁ ବିନା ନୋଟିସରେ ଶ୍ରମିକମାନଙ୍କୁ ଛଟେଇ ଅଭିଯୋଗ । କ୍ଷତିପୂରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିବେଦନ କଲେ ଶ୍ରମିକ । ଅଧିକ ପଢନ୍ତୁ

private company workers
private company workers
author img

By

Published : Mar 26, 2023, 11:47 AM IST

private company workers

ଭଦ୍ରକ: ବିନା ନୋଟିସରେ ଶ୍ରମିକମାନଙ୍କୁ ଛଟେଇ । ଧାମରା ପୋର୍ଟର ଏକ ଘରୋଇ କମ୍ପାନୀ ଶ୍ରମିକମାନଙ୍କୁ ଛଟେଇ କରିଛି । ତେବେ ନୋଟିସ ନଦେଇ ଛଟେଇ କରାଯିବାକୁ ପ୍ରତିବାଦ କରିବା ସହ କ୍ଷତିପୂରଣ ପାଇଁ ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ନିୟମ ଅନୁଯାୟୀ କମ୍ପାନୀ କ୍ଷତିପୂରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଅର୍ଥ ପ୍ରଦାନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ କ୍ଷତିପୂରଣ ଦାବିରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟିଛନ୍ତି ।

ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମରା ପୋର୍ଟରେ ଏକ ଘରୋଇ କମ୍ପାନୀ ମାଧ୍ୟମରେ କାର୍ଯ୍ୟ କରୁଥିବା କିଛି ଶ୍ରମିକଙ୍କୁ ଛଟେଇ କରାଯାଇଛି । ହେଲେ ସେମାନଙ୍କୁ କାହିଁକି ଛଟେଇ କରାଯାଇଛି ସେନେଇ କାର୍ଯ୍ୟରତ ଶ୍ରମିକମାନେ ଜାଣି ନଥିବା କହିଛନ୍ତି । ଏଥିସହ କମ୍ପାନୀ ତରଫରୁ ବିନା ନୋଟିସରେ ଛଟେଇ କରାଯିବା ପରେ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି ।

ଏନେଇ ପୀଡିତ ଶ୍ରମିକମାନେ ପୂର୍ବରୁ ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା । ଏବେ ପୁଣି ଥରେ ଶ୍ରମ ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି ଛଟେଇ ହୋଇଥିବା ଶ୍ରମିକ । ଯଦି ଶ୍ରମ ବିଭାଗ ପକ୍ଷରୁ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସେମାନେ ପରବର୍ତ୍ତୀ ସମୟରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ କମ୍ପାନୀ କିମ୍ବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-Encounter In Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି ଜିତୁ ଆହତ

ଏହା ମଧ୍ୟ ପଢନ୍ତୁ-ଜି-୨୦ ସମ୍ମିଳନୀ ହେବାକୁ ଥିବା ମଇଦାନରେ ତ୍ରିରଙ୍ଗା ହଟାଇବା ପାଇଁ ଧମକ, ତଦନ୍ତ ଜାରି

ଅଭିଯୋଗକାରୀ କହିଛନ୍ତି ଯେ, ଧାମରାର ଏକ ଘରୋଇ କମ୍ପାନୀରେ କାମ କରୁଥିଲୁ । କିନ୍ତୁ ସେଠାରୁ ଜାନୁଆରୀ 25 ରେ ଆମକୁ ବିନା ନୋଟିସରେ ବାହାର କରି ଦିଆଗଲା । ଏନେଇ ଆମେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଆସି ଜଣାଇଲୁ । ହେଲେ ଏପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହେଲା ନାହିଁ । ଆମେ 6 ରୁ 7 ଥର ଆସିବା ସତ୍ତ୍ବେ କୌଣସି ସମାଧାନ କରାଯାଉନି । ତେଣୁ ସେମାନେ ଗଣଧାରଣା ପାଇଁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.