ETV Bharat / state

ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ ସାମ୍ବାଦିକ ସମ୍ମିଳନୀ - Press conference by sangrami sena

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗଣତାନ୍ତ୍ରିକ ପଦ୍ଧତିରେ ହେଉ। ଅନୁରୋଧ କଲେ ମେଡିକାଲ କଲେଜ ସଂଗ୍ରାମୀ ସେନା। ଅଧିକ ପଢନ୍ତୁ...

ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ ସାମ୍ବାଦିକ ସମ୍ମିଳନୀ

author img

By

Published : Dec 12, 2020, 9:29 PM IST

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ ପ୍ରତିଷ୍ଠା ପାଇଁ ଭଦ୍ରକ ସହର ବନ୍ଦ ହେବା ପରେ ଏବେ ବିବାଦ ବଢିବାରେ ଲାଗିଛି। ଭଦ୍ରକ ଜିଲ୍ଲା ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ସ୍ଥାନୀୟ ବାଲ ଗୋପାଲ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଗ୍ରାମୀ ସେନାର ଆବାହକ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ବାଦ ବିବାଦରୁ ସମସ୍ତଙ୍କୁ ଦୂରେଇବା ପାଇଁ ନିବେଦନ କରାଯାଇଛି।

ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ନେଇ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ସହର ବନ୍ଦ ପରେ ଏବେ ଜିଲ୍ଲାରେ ରାଜନୀତି ଘନେଇବାରେ ଲାଗିଛି । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିବା ସଂଗ୍ରାମୀ ସେନା, ଆଗାମୀ ଦିନରେ ଏହିଭଳି ଆକ୍ଷେପ ପ୍ରତିଆକ୍ଷେପ ନହେଉ ବୋଲି ଅନୁରୋଧ କରଛି। ଏଥିସହ ଏହାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ ଓ ଗଣତାନ୍ତ୍ରିକ ପଦ୍ଧତିରେ ଭଦ୍ରକବାସୀ ସରକାରୀ ମେଡିକାଲ କଲେଜ ପାଇଁ ଦାବି କରନ୍ତୁ ବୋଲି କହିଛି ସଂଗ୍ରାମୀ ସେନା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.