ETV Bharat / state

ଥମୁନି ଜନନୀ ଯନ୍ତ୍ରଣା, 4 କିମି ଭାରରେ ବୁହା ହେଲେ ଗର୍ଭବତୀ - ଭାରାରେ ବୁହା ହେଲେ ଗର୍ଭବତୀ

ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ଭଦ୍ରକ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ..

ଥମୁନି ଜନନୀ ଯନ୍ତ୍ରଣା;  4 କିମି ଭାରାରେ ବୁହା ହେଲେ ଗର୍ଭବତୀ

author img

By

Published : Oct 14, 2020, 8:33 PM IST

ଭଦ୍ରକ: ପୁଣି ଭାରାରେ ବୁହା ହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ଆସି ପାରୁନି ଆମ୍ବୁଲାନ୍ସ । ଫଳରେ କାଦୁଅ ପଚପଚ ରାସ୍ତାରେ 4 କିମି ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଭାରରେ ବୋହିଲେ ଗାଁ ଲୋକେ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗ୍ରାମର ।

ଥମୁନି ଜନନୀ ଯନ୍ତ୍ରଣା; 4 କିମି ଭାରାରେ ବୁହା ହେଲେ ଗର୍ଭବତୀ

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଯେମିତି ସାତ ସପନ ପାଲଟିଛି ଏହି ପାଞ୍ଚଘେରିଆ ଗ୍ରାମବାସୀଙ୍କ ପାଇଁ । ଗାଁରେ 30ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ଅସରାଏ ବର୍ଷା ହେଲେ ପାଣି କାଦୁଅ ରାସ୍ତାରେ ଯିବା ଲୋକଙ୍କ ପାଇଁ ଅତି କଷ୍ଟକର ହୋଇପଡୁଛି । ସେପଟେ ଡାକ୍ତରଖାନା ଯିବାକୁ ହେଲେ ଗ୍ରାମବାସୀଙ୍କୁ ପ୍ରତ୍ୟେକ ଦିନ ସଂଘର୍ଷ କରିବାକୁ ପଡୁଛି ।

ଡାକ୍ତରଖାନାକୁ ଯିବାକୁ ହେଲେ ରୋଗୀଙ୍କୁ ଖଟିଆ କିମ୍ବା ଭାରରେ ରୋଗୀଙ୍କୁ 4 କିମି ବୋହି ମୂଖ୍ୟ ରାସ୍ତାକୁ ଅଣାଯାଇଥାଏ। ପରେ ସେହିଠାରୁ ରୋଗୀ ଅମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥାଏ ବୋଲି ଜଣାପଡ଼ିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.