ETV Bharat / state

ଡାକ ପାର୍ସଲ ଗାଡିରେ ହେଉଥିଲା ଗୋଚାଲାଣ, କାବୁ କଲା ପୋଲିସ

ଭଦ୍ରକ ଜିଲ୍ଲା ପୁରଣା ବଜାର ଥାନା ଅଞ୍ଚଳରୁ ଗୋଟିଏ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Feb 2, 2021, 12:11 PM IST

ଡାକ ପାର୍ସଲ ଗାଡିରେ ଗୋଚାଲାଣ
ଡାକ ପାର୍ସଲ ଗାଡିରେ ଗୋଚାଲାଣ

ଭଦ୍ରକ: ପଣ୍ଡ ହେଲା ବେଆଇନ ଗୋରୁ ଚାଲାଣ । ଭଦ୍ରକ ପୋଲିସ ଗୋରୁ ଚାଲାଣ ରୋକିବାରେ ସଫଳ ହୋଇଛି । ଜିଲ୍ଲାର ପୁରଣା ବଜାର ଥାନା ଅଞ୍ଚଳରୁ ଗୋଟିଏ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି ପୋଲିସ ।

ଡାକ ପାର୍ସଲ ଗାଡିରେ ଗୋଚାଲାଣ

ସୂଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ପୋଲିସ ଖବର ପାଇବା ମାତ୍ରେ ଚାଲାଣକାରୀଙ୍କୁ ଧରିବାକୁ ବାହାରିଥିଲା । ଆଶ୍ଚର୍ଯ୍ୟକର କଥା ହେଲା ଡାକ ପାର୍ସଲ ଗାଡିରେ ମାଫିଆମାନେ ଗୋରୁ ଚାଲାଣ କରୁଥିଲେ । ପୋଲିସ ଚାଲାଣ ପଣ୍ଡ କରିବା ସହିତ ଗୋରୁ ଓ ଷଣ୍ଢଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

ବେଆଇନ ଗୋ ଚାଲାଣ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝା ସୁଝା କରିଥିଲେ । ଆଗାମି ଦିନରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ବେଆଇନ ଗୋଚାଲାଣ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଭଦ୍ରକ ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.