ETV Bharat / state

ସୁରକ୍ଷା ଦାବିରେ ୱାଟର ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - chandabali

2 ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଅନ୍ତର୍ଦେଶୀୟ ଜଳପଥ ପରିବହନ ଓ ବନ୍ଦର ବିଭାଗର କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 18, 2019, 9:57 PM IST

ଭଦ୍ରକ: ଚାନ୍ଦବାଲିରେ ପୋର୍ଟ ଆଣ୍ଡ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପର୍ଟ (ଅନ୍ତର୍ଦେଶୀୟ ଜଳପଥ ପରିବହନ ଓ ବନ୍ଦର ବିଭାଗ)ରେ ଥିବା ସମସ୍ତ ଯାନ୍ତ୍ରିକ କର୍ମଚାରୀମାନେ ଆଜି 2 ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁସାରେ ଜୁନ 15 ରେ ଚାନ୍ଦବାଲି (ଏନଏସି) ପାଞ୍ଚପଡା଼ ଗାଁର ଜିତୁନ ଦାସ ନାମକ ଜଣେ ଯୁବକ ଜଳପଥ ପରିବହନ ତଥା ଲଞ୍ଚରୁ ବୈତରଣୀ ନଦୀରୁ ଡେଇଁ ଆତ୍ମହତ୍ୟା କରିଥିଲେ । ମାନବିକତା ଦୃଷ୍ଟିରୁ ମୋଟର ଲଞ୍ଚ କର୍ମଚାରୀମାନେ ବୁଡିଯାଇଥିବା ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । କିନ୍ତୁ ଉକ୍ତ ଯୁବକଙ୍କୁ ବଞ୍ଚାଇବାରେ ଲଞ୍ଚ କର୍ମଚାରୀ ବିଫଳ ହୋଇଥିଲେ ।

ପରେ ଏହି ଘଟଣାକୁ ନେଇ କିଛି ସ୍ଥାନୀୟ ଯୁବକମାନେ ମୋଟର ଲଞ୍ଚର 3 କର୍ମଚାରୀଙ୍କୁ ମରାଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଲଞ୍ଚ କର୍ମଚାରୀଙ୍କ କୌଣସି ଭୁଲ ନଥିବାବେଳେ ସ୍ଥୀନୀୟ ଯୁବକଙ୍କ ମାଡ଼ର ପ୍ରତିବାଦରେ ଆଜି ସମସ୍ତ ଯାନ୍ତ୍ରିକ କର୍ମଚାରୀ ସମୂହ ଧାରଣାରେ ବସିଛନ୍ତି । ଏହାସହ ନିଜର ସୁରକ୍ଷା ଓ ମାଡ଼ମାରିବା ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଧାରଣା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ପୋର୍ଟ ଏଣ୍ଡ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଅଫିସର କର୍ମଚାରୀ ମାନଙ୍କ ଦୁଇ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ। Body:ଲଞ୍ଚ କର୍ମଚାରୀ ଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ, ସୁରକ୍ଷା ଏବଂ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏହି ଆନ୍ଦୋଳନ। Conclusion:VISUAL/BITE/SCRIPT wrap ରେ ଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.