ETV Bharat / state

Panchayat Takkar: ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ନୁହେଁ

author img

By

Published : Feb 9, 2022, 9:02 AM IST

ବିଜେଡି ପାଇଁ ଚିନ୍ତା ବଢାଉଛି ଗୋଷ୍ଠୀ କନ୍ଦଳ । ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ, ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବୁ ନାହିଁ କହୁଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ଅଧିକ ପଢନ୍ତୁ

Panchayat Takkar: ବିଜେଡି ପାଇଁ ଅଡୁଆ ଅସନ୍ତୁଷ୍ଟ ଗୋଷ୍ଠୀ

ଭଦ୍ରକ: ପାଖଉଛି ପଞ୍ଚାୟତ ଲଢେଇ । ଦିନ ଯେତିକି ପାଖେଇ ଆସୁଛି, ନିର୍ବାଚନୀ ଉଷ୍ଣତା ସେତିକି ବଢୁଛି । ବିଭିନ୍ନ ଦଳ ମଧ୍ୟରେ କଡା ଟକ୍କର ଚାଲିଥିବାବେଳେ ବିଜେଡି ପାଇଁ ଅଡୁଆ ହୋଇଛି ଅସନ୍ତୁଷ୍ଟ କର୍ମୀ । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଜେଡିରେ ଗୋଷ୍ଠୀ କନ୍ଦଳ ଏବେ ଦଳର ବିଜୟ ପଥରେ କଣ୍ଟା ହେବାକୁ ବସିଛି । ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ, ହେଲେ ବିଜେଡି ସମର୍ଥିତ ସରପଞ୍ଚ କି ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବୁ ନାହିଁ ବୋଲି କହୁଛନ୍ତି ଅସନ୍ତୁଷ୍ଟ କର୍ମୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁର ପଞ୍ଚାୟତରେ ଏଭଳି ରହିଛି ନିର୍ବାଚନୀ ମାହୋଲ ।

2012 ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ । ଏହାପରେ 2017 ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବାଜି ମାତ୍ କରିଥିଲେ । ହେଲେ ଦୌଲତପୁର ପଞ୍ଚାୟତରେ ଚଳିତ ପଞ୍ଚାୟତ ଫାଇଟ୍ ବେଶ୍ ରୋଚକ ହେବାକୁ ଯାଉଛି । ବିଜେଡି ଓ ବିଜେପି ସମର୍ଥିତଙ୍କ ସହ ବିଜେଡି ଅସନ୍ତୁଷ୍ଟଙ୍କ ଜୋରଦାର୍ ଟକ୍କର ଦେଖିବାକୁ ମିଳିଛି । ଯାହା କୁହାଯାଉଛି ବିଜେଡି ଅସନ୍ତୁଷ୍ଟମାନଙ୍କ ଗୋଟି ଚାଳନା ଉଭୟ ଦଳର ଭୋଟ ବ୍ୟାଙ୍କକୁ ମହଙ୍ଗା ପଡିପାରେ । କାରଣ 2017 ପଞ୍ଚାୟତ ନିର୍ବାଚନରେ ମାତ୍ର 144 ଖଣ୍ଡ ଭୋଟରେ ପରାଜିତ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମୃତ୍ୟୁଞ୍ଜୟ ବଳ ତାଙ୍କର ଶତାଧିକ ସମର୍ଥକଙ୍କ ନେଇ ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସହ ସାମିଲ ହୋଇଛନ୍ତି ।

ବିଗତ 5 ବର୍ଷରେ ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ମୁଦ୍ଦା କରି ବିଜେଡି ଅସନ୍ତୁଷ୍ଟ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଏହି ଅସନ୍ତୁଷ୍ଟମାନେ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ସରପଞ୍ଚ ଓ ସମିତି ସଭ୍ୟ ବ୍ୟତୀତ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ଦେଖିବା ବାକି ରହିଲା ପଞ୍ଚାୟତର 5,200 ଭୋଟରଙ୍କ ମୁଡ୍ କେଉଁଆଡେ ?

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.