ETV Bharat / state

316ଟି ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ଆସନ୍ତାକାଲି ନେତା ବାଛିବେ ଭଦ୍ରକବାସୀ

author img

By

Published : Feb 17, 2022, 9:28 PM IST

ଆସନ୍ତାକାଲି(ଶୁକ୍ରବାର) ଭଦ୍ରକରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି ଜିଲ୍ଲାରେ ୩୧୬ଟି ବୁଥରେ ପୋଲିଂ ପାର୍ଟି ପହଞ୍ଚିସାରିଛନ୍ତି । ଅଧିକ ପଢନ୍ତୁ

316ଟି ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ଆସନ୍ତାକାଲି ନେତା ବାଛିବେ ଭଦ୍ରକବାସୀ
316ଟି ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ଆସନ୍ତାକାଲି ନେତା ବାଛିବେ ଭଦ୍ରକବାସୀ

ଭଦ୍ରକ: ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଳକର 23 ଟି ପଞ୍ଚାୟତରେ ଆସନ୍ତା କାଲି ପଞ୍ଚାୟତ ନିର୍ବାଚନ ହେବ । ଏଥିପାଇଁ 316 ଟି ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି । ତେବେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚିହ୍ନଟ ହୋଇଥିବା 52 ଟି ଉତ୍ତେଜନା ପ୍ରବଣ ବୁଥରେ ସଶସ୍ତ୍ର ସୁରକ୍ଷାବଳ ନିୟୋଜିତ କରାଯାଇଛି।

ଚିହ୍ନଟ କରାଯାଇଥିବା 3 ଟି ଅତି ଉତ୍ତେଜନା ପ୍ରବଣ ବୁଥରେ ସିସିଟିଭି କ୍ୟାମେରା ସହ ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ଏଥିସହ ମାଜିଷ୍ଟ୍ରେଟ ଓ ଭ୍ରାମ୍ୟମାଣ ସୁରକ୍ଷା ବଳ ପାଟ୍ରୋଲିଂ କରାଯିବାକୁ ବ୍ୟବସ୍ଥା ହୋଇଛି। ଚଳିତଥର ବ୍ଳକର ମୋଟ 112404 ଜଣ ଭୋଟର ମତଦାନ କରିବେ। ସେଥିମଧ୍ୟରୁ 57028 ଜଣ ପୁରୁଷ ଓ 55376 ଜଣ ମହିଳା ଭୋଟର ଅଛନ୍ତି।

ଭୋଟ ବାକ୍ସ ସୁରକ୍ଷିତ ଭାବେ ବ୍ଳକକୁ ଆଣିବାକୁ ପୁଲିସ ଓ ନିର୍ବାଚନ ଅଧିକାରୀ ସମସ୍ତ ପ୍ରସ୍ତୁତି ସାରିଥିବା ସୂଚନା ମିଳିଛି। 2012 ନିର୍ବାଚନରେ ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ନପଙ୍ଗରେ ଭୋଟବାକ୍ସ ଲୁଟ ଓ 2017 ନିର୍ବାଚନରେ ନିର୍ଗୁଣ୍ଡି ପଞ୍ଚାୟତର ଦୁଇ ବୁଥରୁ ଭୋଟ ବାକ୍ସ ଲୁଟ କରାଯିବା ଘଟଣାର ଚଳିତଥର ପୁନରାବୃତ୍ତି ନହେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଜଣାପଡ଼ିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.