ETV Bharat / state

BSKY Smart Card Politics: ନିର୍ବାଚନ ସଜବାଜ, ଘରେ ଘରେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟୁଛି BJD

author img

By

Published : Dec 18, 2021, 9:10 AM IST

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଭଦ୍ରକ ପୌରପାଳିକାର 30ଟି ୱାର୍ଡ ଏବଂ ଭଦ୍ରକ ବ୍ଲକର 36ଟି ଯାକ ପଞ୍ଚାୟତ ବୁଲି ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟୁଛନ୍ତି ନେତା । ଅଧିକ ପଢନ୍ତୁ

Health Card ବାଣ୍ଟି ଦଳ ମଜବୁତ କରୁଛନ୍ତି ଶାସକ ଦଳ ନେତା

ଭଦ୍ରକ: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ହେବା ପରେ ଏବେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଗାଁ ଗାଁରେ ମେଳା ଲାଗୁଛି । ବ୍ୟାନର ଲଗାଇ ବଡ଼ ଧୂମଧାମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମିଶନକୁ ସଫଳ କରିବା ଲାଗି ଭଦ୍ରକ ପୌରପାଳିକାର 30ଟି ୱାର୍ଡ ଏବଂ ଭଦ୍ରକ ବ୍ଲକର 36ଟି ଯାକ ପଞ୍ଚାୟତ ବୁଲି ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ସହିତ ନିର୍ବାଚନ ମଣ୍ଡଳୀରେ ନିଜର ନିଜସ୍ବ ସଙ୍ଗଠନ ପ୍ରସ୍ତୁତ କରିବାରେ ଅନେକାଂଶରେ ସଫଳ ହଉଛନ୍ତି ନେତା । ଏଥିସହ କାର୍ଡ ବାଣ୍ଟିବାକୁ ଆସି ବିଭିନ୍ନ ସ୍ଥାନୀୟ ସମସ୍ଯାକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି।

ଖବର ଅନୁଯାୟୀ, ଭଦ୍ରକ ବିଧାନସଭା ରାଜନୀତିରେ ପ୍ରଥମକରି ପାଦ ଥାପିଥିବା ଯୁବ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଲାଗି ଏହା ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲରେ ସମ୍ଭାବନା ପ୍ରକାଶ ପାଇଛି । ଦଳୀୟ ନେତାଙ୍କ ଉପସ୍ଥିତିରେ ସଞ୍ଜୀବ ଲୋକଙ୍କୁ କାର୍ଡ ବାଣ୍ଟୁଥିବା ବେଳେ ଲୋକଙ୍କ ଅଭାବ ଅସୁବିଧା ଏବଂ ଆପତ୍ତି ଅଭିଯୋଗ ଶୁଣି ଏହାର ତୁରନ୍ତ ସମାଧାନର ପ୍ରତିଶ୍ରୁତି ଦେଉଛନ୍ତି । ଯାହାକି କେବଳ ଆଗାମୀ ପୌର ଅଥବା ପଞ୍ଚାୟତ ନିର୍ବାଚନ ନୁହେଁ, ବରଂ ବିଧାନସଭା ନିର୍ବାଚନ ଲାଗି ଦଳ ଏବଂ ବ୍ୟକ୍ତିଗତ ଭାବେ ଭଦ୍ରକ ବିଧାୟକଙ୍କ ଲାଗି ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି ।

ଭଦ୍ରକ ଜିଲ୍ଲାରେ ଯୋଜନା ଅଧୀନରେ ସାମିଲ 11 ଲକ୍ଷ 55 ହଜାର ଲୋକ ସିଧାସଳଖ ଉପକୃତ ହେବା ନିଶ୍ଚିତ ହୋଇଛି । ଏହାଫଳରେ କେବଳ ଭଦ୍ରକ ଜିଲ୍ଲାର 86 ପ୍ରତିଶତ ଲୋକ ଉପକୃତ ହେବେ ବୋଲି କୁହାଯାଉଛି । ସବୁଠାରୁ ବଡ଼ କଥା ହେଲା ଏହି ଯୋଜନାରେ ଶାସକ ଦଳ ଏବଂ ଏହାର ନେତୃବର୍ଗଙ୍କୁ ଏକ ବଡ଼ ଧରଣର ରାଜନୈତିକ ସଫଳତା ସୁନିଶ୍ଚିତ ମନେ କରାଯାଉଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.