ETV Bharat / state

ବାସୁଦେବପୁର ନିର୍ବାଚନୀ ମଣ୍ଡଳୀରେ ଛକାପଞ୍ଝା ରାଜନୀତି

author img

By

Published : Jan 27, 2022, 7:22 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଏବେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକଙ୍କ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅସନ୍ତୁଷ୍ଟ ପ୍ରାର୍ଥୀ ଏବେ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ବାସୁଦେବପୁର ନିର୍ବାଚନୀ ମଣ୍ଡଳୀରେ ଛକାପଞ୍ଝା ରାଜନୀତି
ବାସୁଦେବପୁର ନିର୍ବାଚନୀ ମଣ୍ଡଳୀରେ ଛକାପଞ୍ଝା ରାଜନୀତି

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ( Bhadrak Panchayat Election) ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିବା ପରେ ଏବେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏନେଇ ଭଦ୍ରକ ବିଜେଡିରେ ବେଶ ତତ୍ପରତା ଦେଖାଦେଇଛି । ଏକାଧିକ ପ୍ରାର୍ଥୀ ଦଳୀୟ ସମର୍ଥନରେ ଲଢିବାକୁ ମନ ବଳାଇବା ପରେ ସୃଷ୍ଟି ହୋଇଛି ବିବାଦ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାୟକଙ୍କ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ଅସନ୍ତୁଷ୍ଟ ପ୍ରାର୍ଥୀ ଏବେ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।

୩୬ ଗ୍ରାମପଞ୍ଚାୟତ ବିଶିଷ୍ଟ ବାସୁଦେବପୁର ବ୍ଲକରେ ସଂଖ୍ୟାଧିକ ପଞ୍ଚାୟତ ଏବେ ବିଜେଡି ଦଖଲରେ ରହିଥିବାବେଳେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ନେଇ ବିଜେଡିର ଦଳୀୟ କନ୍ଦଳ ବଢିବାରେ ଲାଗିଛି । ଏପରି ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି ବାସୁଦେବପୁର ବିଧାୟକଙ୍କ ମୁକୁନ୍ଦପୁର ପଞ୍ଚାୟତରେ । ମୁକୁନ୍ଦପୁର ପଞ୍ଚାୟତର ଦଳୀୟ ସମର୍ଥିତ ପ୍ରାର୍ଥିନୀ ଥିବା ମମତା ମହାଲିକଙ୍କୁ ବିରୋଧ କରି ଅସନ୍ତୁଷ୍ଟମାନେ ସସ୍ମିତା ମଲିକଙ୍କୁ ପ୍ରାର୍ଥିନୀ କରାଇଛନ୍ତି । ଯାହାକୁ ନେଇ ମୁକୁନ୍ଦପୁର ପଞ୍ଚାୟତରେ ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଛି ।

ଦଳୀୟ ତଥା ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିନଦେଇ ନିର୍ବାଚିତ ପ୍ରତିନିଧି ନିଜର ସ୍ବାର୍ଥ ସାଧନ କରିଥିବାରୁ ଦଳୀୟ ସଂଗଠନ ଏବେ ଭୁଶୁଡି ଯାଇଛି । ଦଳୀୟ ପ୍ରାର୍ଥୀ ଚୟନ ପାଇଁ 20 ଜଣିଆ ପଞ୍ଚାୟତ ସ୍ତରୀୟ କମିଟି ଗଠନ କରାଯାଇଥିବା ବେଳେ, ମାତ୍ର 5 ଜଣଙ୍କ ସମର୍ଥନରେ ବେଆଇନ ଭାବେ ଯେଉଁ ପ୍ରାର୍ଥୀ ଚୟନ କରାଯିବ ତାକୁ ଘୋର ବିରୋଧ କରାଯିବ ବୋଲି ଜନମହଲରେ ତିବ୍ରତା ପ୍ରକାଶ ପାଇଛି । ଦଳ କାହାକୁ ଭିତିରି ସମର୍ଥନ ଦେବ। କାହାକୁ ଦଳୀୟ ସମର୍ଥିତ ପ୍ରାର୍ଥୀ କହିବ। ତାକୁ ନେଇ ବିବାଦ ଦେଖା ଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.