ETV Bharat / state

ରାଜନୈତିକ ଆକ୍ରୋଶ: ଦୋକାନ ଭଙ୍ଗାରୁଜା ସହ ଦୋକାନ ମାଲିକଙ୍କୁ ମାଡ ଅଭିଯୋଗ

ରାଜ୍ୟରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଘଟଣା ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳ ଘୋଷଣା ପରେ ତିହିଡି ବଜାରରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ରାଜନୈତିକ ଅକ୍ରୋଶରେ ଦୋକାନ ଭଙ୍ଗାରୁଜା ସହ ଦୋକାନ ମାଲିକଙ୍କୁ ମାଡ ଅଭିଯୋଗ

author img

By

Published : Mar 13, 2022, 9:48 PM IST

ଭଦ୍ରକ : ରାଜ୍ୟରେ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଘଟଣା ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଫଳ ଘୋଷଣା ପରେ ତିହିଡି ବଜାରରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରାଜନୈତିକ ଅକ୍ରୋଶରେ ଦୋକାନ ଭଙ୍ଗାରୁଜା ସହ ଦୋକାନ ମାଲିକଙ୍କୁ ମାଡ ଅଭିଯୋଗ

ଖବର ଅନୁଯାୟୀ ତିହିଡି ସଦର ବଜାରରେ ଥିବା ଏକ ଦୋକାନର କାଚ କବାଟ ଭାଙ୍ଗି ବଳପୂର୍ବକ ପଶିବା ସହିତ ଦୋକାନ ମାଲିକଙ୍କୁ ମାରଧର କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା । ଏହି ସମୟରେ ପୋଲିସ ଓ ବଜାର ଲୋକେ ପହଞ୍ଚି ଯିବାରୁ ଯୁବକମାନେ ସ୍ଥାନ ଛାଡି ପଳେଇ ଯାଇଥିଲେ । ତେବେ ରାଜନୈତିକ ଆକ୍ରୋଶରୁ ଏପରି ଆକ୍ରମଣ ଓ ଭଙ୍ଗାରୁଜା ହୋଇଥିବା ନେଇ ଦୋକାନୀ ଥାନାରେ ଏତଲା ଦେଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.