ETV Bharat / state

Forced Evictions; ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା - ଭଦ୍ରକ ଜିଲ୍ଲା ଖବର

ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Bhadrak
Bhadrak
author img

By

Published : Nov 27, 2021, 6:36 PM IST

ଭଦ୍ରକ: ଚାନ୍ଦବାଲି ତହସିଲ ଅଧିନ ବାଂଶଡା ଥାନା ପଞ୍ଚୁଟିକ୍ରୀ ମହାଦେବ ପଡିଆରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ସେଠାରେ ଥିବା ସରକାରୀ ଜମି ସହିତ ସ୍ଥିତିବାନ ଜମିରେ ଥିବା ଦୋକାନ ଗୃହ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଏକ ଆଜବେଷ୍ଟ ଘରେ ଚାଲୁଥିବା ଏକ ଦୋକାନ ଘର ଭଙ୍ଗାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବେଆଇନ ଭାବେ ତହସିଲଦାର ଘର ଭାଙ୍ଗିଥିବା ଅଭିଯୋଗ କରି ପୋଲିସ ଭ୍ୟାନକୁ ଅଟକ ରଖିଥିଲେ ଲୋକେ ।

Forced evictions; ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

ସୂଚନା ମୁତାବକ 739 ନମ୍ବର ପ୍ଲଟରେ ଜବର ଦଖଲ ଉଚ୍ଛେଦ କରିବା ଲାଗି ପ୍ରଶାସନ ପକ୍ଷରୁ ଡିମାର୍କେସନ ହୋଇଥିଲା । ପରେ ସରକାରୀ ଜମିରେ ଥିବା ଜବର ଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ଜରିଆରେ ଅବଗତ କରାଯାଇଥିଲା । ମାତ୍ର 339 ପ୍ଲଟ ସହିତ 741 ପ୍ଲଟରେ ଥିବା ଏକ ଆଜବେଷ୍ଟ ଦୋକାନ ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ତହସିଲ ପ୍ରଶାସନ ବଳପୂର୍ବକ ପୋଲିସ ଲଗାଇ ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଘର ମାଲିକ।

ଘର ଭଙ୍ଗା ସମୟରେ ପୋଲିସ ଓ ତହସିଲଦାରଙ୍କ ସହ ଲୋକଙ୍କ ଭିତରେ ବଚସା ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତେଷ ଦେଖା ଦେବା ସହ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ଉତ୍ତେଜିତ ହୋଇ ଲୋକେ ପୋଲିସ ଗାଡି ଆଗରେ ବସିବା ସହ ପୋଲିସ ଭ୍ୟାନକୁ ଅଟକ ରଖି ପ୍ରତିବାଦ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.