ETV Bharat / state

ମଦ ମାଗୁଛନ୍ତି ପୋଲିସ ବାବୁ, ଭାଇରାଲ ଭିଡିଓ - bhadrak police administration

ପୋଲିସ ମାଗୁଛି ମଦ । ଭିଡିଓ ହେଲା ଭାଇରାଲ । ଅଧିକ ପଢନ୍ତୁ....

ମଦ ମାଗୁଛନ୍ତି ପୁଲିସ ବାବୁ ,ଭାଇରାଲ ହେଲା ଭିଡିଓ

author img

By

Published : Jun 20, 2021, 5:20 PM IST

ଭଦ୍ରକ: ମଦ ମାଗୁଛନ୍ତି ଖୋଦ ପୋଲିସ କର୍ମଚାରୀ। ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ଟାଉନ ଥାନାରେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମଦ ମାଗିବା ସହ ମଦ ପାଇଁ ଜଣେ ସ୍ଥାନୀୟ ଯୁବକଙ୍କୁ ଅଶାଳୀନ ବ୍ୟବହାର କରିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମଦ ମାଗୁଛନ୍ତି ପୁଲିସ ବାବୁ ,ଭାଇରାଲ ହେଲା ଭିଡିଓମଦ ମାଗୁଛନ୍ତି ପୁଲିସ ବାବୁ ,ଭାଇରାଲ ହେଲା ଭିଡିଓ

ମିଳିଥିବା ସୂଚନା ଅନୁସାରେ,ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ASI ବୀରଭଦ୍ର ବେହେରା, ଅନ୍ୟ ଜଣେ କର୍ମଚାରୀଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କ ଠାରୁ ମଦ ନେବା ସହ ଅଧିକ ମଦ ପାଇଁ ଅଶ୍ଳୀଳ ଭାଷା ବ୍ୟବହାର କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଯୁବକକୁ ପୋଲିସ କର୍ମଚାରୀ ଜଣଙ୍କ ଫୋନ କରି ଘଟଣା ସମ୍ପର୍କରେ ତାଗିଦ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।ଏନେଇ ଏକ ଅଡିଓ ବି ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସହ ପ୍ରତିକ୍ରିୟା ପ୍ରକାଶ ପାଇବା ଆରମ୍ଭ କରିଛି । ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦାୟିତ୍ବରେ ଥିବା ପୋଲିସ ବିଭାଗର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି । ତେବେ ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏପରି ଅଭିଯୋଗ ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ନେବେ ତାକୁ ସମସ୍ତଙ୍କ ଅପେକ୍ଷା ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.