ETV Bharat / state

ଦେଶବ୍ୟାପୀ ଲକଡାଉନ: ଭଦ୍ରକରେ ଯାଞ୍ଚ କଡାକଡି - ଦେଶବ୍ୟାପୀ ଲକଡାଉନ

କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା । ଲକଡାଉନ ପରେ ଭଦ୍ରକ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । 4ଟି ମୋବାଇଲ ସ୍କ୍ବାର୍ଡ, 9 ପ୍ଲାଟୁନ ପୋଲିସ ଫୋର୍ସ ସହିତ 10ଟି ଷ୍ଟାଟିକ ପଏଣ୍ଟ କରାଯାଇଛି। ଅଧିକ ପଢନ୍ତୁ...

ଦେଶବ୍ୟାପୀ ଲକଡାଉନ: ଭଦ୍ରକରେ ଯାଞ୍ଚ କଡାକଡି
ଦେଶବ୍ୟାପୀ ଲକଡାଉନ: ଭଦ୍ରକରେ ଯାଞ୍ଚ କଡାକଡି
author img

By

Published : Mar 25, 2020, 8:42 AM IST

ଭଦ୍ରକ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାଇରସ ପ୍ରଭାବକୁ ଦୃଷ୍ଟିରେ ରଖି ସାରା ଦାଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଲକଡାଉନ ଘୋଷଣା ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଦେଶବ୍ୟାପୀ ଲକଡାଉନ: ଭଦ୍ରକରେ ଯାଞ୍ଚ କଡାକଡି

କୋରୋନା ପରି ମହାମାରୀକୁ ପ୍ରତିହତ କରିବା ପାଇଁ ସରକାର ପ୍ରଥମେ କେବଳ ଭଦ୍ରକ ପୌରାଞ୍ଚଳକୁ ଲକଡାଉନ ଘୋଷଣା କରିଥିଲେ। ପରେ ସମଗ୍ର ଜିଲ୍ଲାକୁ ଲକଡାଉନ କରିଦିଆଯାଇଛି । ଏହି ସମୟରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଜିଲ୍ଲାରେ ଥିବା 7ଟି ବ୍ଲକର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ପୋଲିସ ପକ୍ଷରୁ ପୃଥକ ପୃଥକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 4ଟି ମୋବାଇଲ ସ୍କ୍ବାର୍ଡ, 9 ପ୍ଲାଟୁନ ପୋଲିସ ଫୋର୍ସ ସହିତ 10ଟି ଷ୍ଟାଟିକ ପଏଣ୍ଟ କରାଯାଇଛି। ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଥିବା ଲୋକମାନଙ୍କ ଯାଞ୍ଚ କରୁଛି ପୋଲିସ। 7ଟି ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ବିଭିନ୍ନ ହାଟ ଓ ବଜାର ଉପରେ ନଜର ରଖାଯାଇଛି। ବରିଷ୍ଠ ନାଗରିକ ଓ ଦେଶ ବାହାରୁ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ ନିୟମ ପାଳନ ଦିଗରେ ପୋଲିସ ପକ୍ଷରୁ ସଚେତନ କରାଯାଉଛି। ଏହାସହ ଉଚ୍ଚ ପୋଲିସ ଅଧିକାରୀମାନେ ବାରମ୍ବାର ଜିଲ୍ଲାର ସ୍ଥିତି ପରଖୁଛନ୍ତି।

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 2 ଜଣ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠୁ ନେଇ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଆବଶ୍ୟକୀୟ ସତର୍କତା ପଦକ୍ଷେପ ନେଉଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.