ETV Bharat / state

3 ଛୁଆକୁ ଧରି ଭଦ୍ରକରୁ ନବରଙ୍ଗପୁର ଅଭିମୁଖେ ନିର୍ଯାତିତ ଶ୍ରମିକ - ନବରଙ୍ଗପୁର ଖବର

ବନ୍ୟାରେ ଚିଙ୍ଗୁଡି ପୋଖରୀ ବୁଡିଯିବାରୁ ଶ୍ରମିକକୁ ଟଙ୍କା ନଦେଇ କାମରୁ ବାହାର କରିଦେଲା ମାଲିକ । ଏନେଇ ଅଭିଯୋଗ ହେବା ପରେ ଶ୍ରମିକକୁ ଟଙ୍କା ଫେରାଇଲା ମାଲିକ । ଅଧିକ ପଢନ୍ତୁ...

ଓଡିଶାରେ ନିର୍ଯ୍ୟାତିତ ଶ୍ରମିକ
ଓଡିଶାରେ ନିର୍ଯ୍ୟାତିତ ଶ୍ରମିକ
author img

By

Published : May 31, 2021, 5:38 PM IST

ଭଦ୍ରକ: ବନ୍ୟାରେ ଚିଙ୍ଗୁଡି ପୋଖରୀ ବୁଡିଯିବା ପରେ ପ୍ରାପ୍ୟ ନଦେଇ ଶ୍ରମିକକୁ କାମରୁ ବାହାର କରିଦେଲା ମାଲିକ । ଖାଲି ଏତିକି ନୁହଁ ଘରୁ ନ ବାହାରିଲେ ମାଡ ମାରିବାର ଧମକ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଶେଷରେ ନିରୁପାୟ ହୋଇ ନିଜର 3 ଶିଶୁ ଓ ସ୍ତ୍ରୀକୁ ଧରି ଘର ମୁହାଁ ହୋଇଥିଲେ ନବରଙ୍ଗପୁର କୁଟୁବାଇ ଗାଁର ଡମ୍ବରୁ ମାଝି । ବିଗତ 3 ମାସ ହେଲା ବାଂଶଡା ଥାନା ଘଣ୍ଟେଶ୍ବର ଫାଣ୍ଡି ଅଧିନ ବଜରାପୁର ଗାଁର ଏକ ଚିଙ୍ଗୁଡି ପୋଖରୀରେ ଶ୍ରମିକ ଭାବେ କାମ କରୁଥିଲେ । ତାଙ୍କ ସହିତ ତାଙ୍କ ପରିବାର ମଧ୍ୟ ଥିଲା ।

ଓଡିଶାରେ ନିର୍ଯ୍ୟାତିତ ଶ୍ରମିକ

ତେବେ ଏହି 3 ମାସ ମଧ୍ୟରେ ମାଲିକ ସେମାନଙ୍କ ଖାଇବା ପାଇଁ ଟଙ୍କା ଦେଇଥିଲା । ବାତ୍ୟା ପରେ ବନ୍ୟା ହେବାରୁ ଚିଙ୍ଗୁଡି ପୋଖରୀ ବୁଡିଗଲା । ଫଳରେ ସେଠାରେ ରହିବା ମଧ୍ୟ ବିପଦ ଜନକ ହୋଇଗଲା । ଘରକୁ ଯିବା ପାଇଁ ମାଲିକ ସହିତ ଆଲୋଚନା କରିବାରୁ ପଇସା ନଦେଇ ତୁରନ୍ତ ସେଠାରୁ ପଳେଇ ଯିବାକୁ ଧମକ ଦେଇଥିଲା । ଭୟରେ ଉପାୟଶୂନ୍ୟ ହୋଇ ନିଜ ଗାଁ ଅଭିମୁଖେ ବାହାରିଥିଲେ ଡମ୍ବୁର ।

ଫଳରେ ଚାଲି ଚାଲି ଗାଁକୁ ଯାଉଥିବା ବେଳେ ପୀରହାଟରେ କେତେକ ସହୃଦୟ ବ୍ୟକ୍ତିଙ୍କ ସମେତ ସାମାଜିକ ସଂଗଠନ ଡମ୍ବରୁଙ୍କୁ ଅଟକାଇ ପଚରା ଉଚୁରା କରିବା ସହ ସେମାନଙ୍କୁ ଖାଇବା ଦେବା ସହ ଏ ଘଟଣାକୁ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ । ମାତ୍ର ଘଟଣାଟି ଏହି ଅଞ୍ଚଳରେ ହୋଇନଥିବାରୁ ପୋଲିସ ଏତଲା ଗ୍ରହଣ ନକରି ବାଂଶଡା ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲା । ଏନେଇ ଏକ ସାମାଜିକ ସଂଗଠନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା । ଏହାପରେ ବାଂଶଡା ପୋଲିସ ଠାରୁ ଆରମ୍ଭ କରି ଖୋଦ ଚିଙ୍ଗୁଡି ଘେରି ମାଲିକ ପୀରହାଟକୁ ଆସି ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ଶ୍ରମିକଙ୍କୁ ଭେଟି ଆଲୋଚନା କରିବା ସହିତ ବକେୟା ଟଙ୍କା ଦେଇଥିବା ଜଣାପଡିଛି। ରାଜ୍ୟ ବାହାରେ ଦାଦନମାନେ ନିର୍ଯ୍ୟାତିତ ହେଉଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଏପରି ଶ୍ରମିକଙ୍କୁ ନିର୍ଯ୍ୟାତନା ନେଇ ସାଧାରଣରେ ଘୋର ନିନ୍ଦା ପ୍ରକାଶ ପାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.