ଭଦ୍ରକ: ଝିମିଟି ଖେଳରୁ ମହାଭାରତ । ଅଭିଯୋଗ ପରେ ମଧ୍ୟ ପୁଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଶୂନ । ପ୍ରତିବାଦରେ ନ୍ୟାୟ ଦାବି କରି ଥାନା ଫାଟକ ସମ୍ମୁଖରେ ଧାରଣା ଦେଲେ ଲୋକେ ।
ଖବର ଅନୁଯାୟୀ ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ ବୁଧୁପୁର ଗାଁରେ, ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ମାରପିଟ ହୋଇଥିଲା । ଶେଷରେ ତିହିଡି ଥାନାରେ ଅଭିଯୋଗ ହୋଇଥିଲା ।
ହେଲେ ପୁଲିସ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଯୋଗୁ ନାୟ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ପୀଡିତମାନେ । ପରେ ପୁଲିସ ସେମାନଙ୍କୁ ଥାନାକୁ ଡାକି ଘଟଣା ସମ୍ପର୍କରେ ବୟାନ ରେକର୍ଡ କରିବା ସହ ମାମଲା ରୁଜୁ କରି ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବାପରେ ସ୍ଥିତି ସାମାନ୍ୟ ହୋଇଥିଲା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ