ETV Bharat / state

ରୋଜଗାର ଦେଉଛି ମୁକ୍ତା ଚାଷ, ଭଦ୍ରକ ଚାଷୀଙ୍କ ବଢୁଛି ଆଗ୍ରହ

ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳଭଦ୍ରପୁରରେ ହେଉଛି ମୁକ୍ତା ଚାଷ । ଏଠାକାର ପାଖାପାଖି 20 ଜଣ ଚାଷୀ ଏହି ଚାଷ କରୁଛନ୍ତି । ଦୀର୍ଘ 2ବର୍ଷ ହେବ ଏହି ଚାଷ ପ୍ରତି ସ୍ଥାନୀୟ ଲୋକେ ଆଗ୍ରହ ପ୍ରକାଶ ପାଇଥିବା ବେଳେ ସେମାନେ ସ୍ବାବଲମ୍ବୀ ହୋଇଛନ୍ତି ।

author img

By

Published : Nov 29, 2019, 11:47 PM IST

ମୁକ୍ତା ଚାଷ
ଡିଜାଇନ ଫଟୋ

ଭଦ୍ରକ: ମଧୁର ଜଳରେ ମୁକ୍ତାଚାଷ ଏକ ଅଭିନବ ପ୍ରୟାସ । ଭଦ୍ରକ ଜିଲାର ମଧୁର ଜଳରେ ଏବେ ମୁକ୍ତା ଚାଷ ଆରମ୍ଭ କରାଯାଇଛି । ଏହା ଏକ ଲାଭଜନକ ଚାଷ ହୋଇଥିବାବେଳେ ଭଦ୍ରକବାସୀଙ୍କ ଏଥିପ୍ରତି ଆଗ୍ରହ ବଢୁଛି । ଏଠାକାର ପାଖାପାଖି 20 ଜଣ ଚାଷୀ ଏହି ଚାଷ ପ୍ରତି ମନ ବଳାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦତା, ଭଦ୍ରକ

ମୁକ୍ତା କେବଳ ସମୁଦ୍ରରୁ ନୁହେଁ, ପୋଖରୀରୁ ମଧ୍ୟ ଉତ୍ପାଦନ କରିବା ସମ୍ଭବ ହୋଇଛି । ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ବଳଭଦ୍ରପୁରରେ ଏହି ଚାଷ ଆରମ୍ଭ ହୋଇଛି । ମଧୁର ଜଳରେ ଶାମୁକା ଚାଷ କରି ଭଦ୍ରକର ଏହି ଚାଷୀମାନେ ଆଜି ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଦୀର୍ଘ 2ବର୍ଷ ହେବ ଏହି ଚାଷ ପ୍ରତି ସ୍ଥାନୀୟ ଲୋକେ ଆଗ୍ରହ ପ୍ରକାଶ କରିଥିବା ବେଳେ ଏଥିପାଇଁ ଆବଶ୍ୟକ ଟ୍ରେନିଂ ମଧ୍ୟ ଦିଆଯାଉଛି । ଏହା ଦ୍ବାରା ଧିରେଧିରେ ଏହି ଚାଷ ପ୍ରତି ବେକାର ଯୁବକ ଓ ଯୁବତୀ ଆଗ୍ରହ ପ୍ରକାଶ କରୁଛନ୍ତି ।

ମୁକ୍ତା ଚାଷ ପାଇଁ ଆମ ରାଜ୍ୟର ନାବାର୍ଡ ଓ ଇପିକଲରେ ସବସିଡ ବ୍ୟବସ୍ଥା ରହିଥିବାବେଳେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ । ଏହି ମୁକ୍ତା ଚାଷକୁ ଯଦି ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳନ୍ତା ତେବେ ଏଥିପ୍ରତି ଅଧିକରୁ ଅଧିକର ଲୋକେ ଆକର୍ଷିତ ହେବା ସହ ବେକାରୀ ସମସ୍ୟା ମଧ୍ୟ ଦୂର ହୋଇ ପାରନ୍ତା ।

ଭଦ୍ରକରୁ ଦେବାଶୀଷ ମହାପାତ୍ର, ଇଟିଭି ଭାରତ

Intro:od_bha_01_pearl_cultivation_visual_7203442
od_bha_01a_pearl_cultivation_bite_7203442
od_bha_01b_pearl_cultivation_bite_7203442
od_bha_01c_pearl_cultivation_bite_7203442
od_bha_01d_pearl_cultivation_ptc_7203442
SCRIPT IN MAILBody:od_bha_01_pearl_cultivation_visual_7203442
od_bha_01a_pearl_cultivation_bite_7203442
od_bha_01b_pearl_cultivation_bite_7203442
od_bha_01c_pearl_cultivation_bite_7203442
od_bha_01d_pearl_cultivation_ptc_7203442
SCRIPT IN MAILConclusion:od_bha_01_pearl_cultivation_visual_7203442
od_bha_01a_pearl_cultivation_bite_7203442
od_bha_01b_pearl_cultivation_bite_7203442
od_bha_01c_pearl_cultivation_bite_7203442
od_bha_01d_pearl_cultivation_ptc_7203442
SCRIPT IN MAIL
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.