ETV Bharat / state

ପାଟଣ ମଙ୍ଗଳା ପୀଠରେ ସାତ ହଜାରରୁ ଊର୍ଦ୍ଧ୍ୱ ପାଟୁଆଙ୍କ ସମାଗମ - ପାଟଣ ମଙ୍ଗଳା ପୀଠରେ ସାତ ହଜାରରୁ ଊର୍ଦ୍ଧ୍ବ ପାଟୁଆଙ୍କ ସମାଗମ

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧିନ ଛତ୍ରପଦା ଗାଁର ପାଟଣ ମଙ୍ଗଳା ପୀଠରେ 7 ହଜାରରୁ ଉର୍ଦ୍ଧ୍ବ ପାଟୁଆ ବୁଡ ପକାଇ ନାଚିଛନ୍ତି । ଏଥିସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି । ଅଧିକ ପ୍ରଢନ୍ତୁ

ପାଟଣ ମଙ୍ଗଳା ପୀଠରେ ସାତ ହଜାରରୁ ଊର୍ଦ୍ଧ୍ବ ପାଟୁଆଙ୍କ ସମାଗମ

author img

By

Published : Apr 15, 2022, 10:57 PM IST

ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧିନ ଛତ୍ରପଦା ଗାଁର ପାଟଣ ମଙ୍ଗଳା ପୀଠରେ 7 ହଜାରରୁ ଉର୍ଦ୍ଧ୍ବ ପାଟୁଆ ବୁଡ ପକାଇ ନାଚିଛନ୍ତି । ଏଥିସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି । ପୀଠରେ ସବୁଠାରୁ ବଡ ପର୍ବ ଭାବେ ପାଟୁଆ ପର୍ବ ପାଳନ କରାଯାଏ । ମାନସିକ ପୂରଣ ପାଇଁ ପାଟୁଆ ହୋଇ ନାଚିବା ଓଡ଼ିଆ ସଂସ୍କୃତିର ଏକ ନିଆରା ପରମ୍ପରା । 3 ଦିନ ଧରି ଏହି ପୀଠରେ ବହୁ ଆଡମ୍ବରରେ ଏହା ପାଳନ କରାଯାଇଥାଏ ।

ପାଟଣ ମଙ୍ଗଳା ପୀଠରେ ସାତ ହଜାରରୁ ଊର୍ଦ୍ଧ୍ବ ପାଟୁଆଙ୍କ ସମାଗମ

ମା’ଙ୍କ ପାଖରେ ମାନସିକ ରଖିଥିବା ଭକ୍ତ ପାଟୁଆ ହୋଇ ନାଚିଥା’ନ୍ତି । ମନ୍ଦିରରୁ ମାଳ ଓ ମା’ଙ୍କ ବେତ ନେଇ ପରଦିନ ସକାଳ ପର୍ଯ୍ୟନ୍ତ ଜାଗର ଜାଳିଥାନ୍ତି । ଏହି ପାଟୁଆ ନାଚକୁ ସରସ ସୁନ୍ଦର କରିବା ସହିତ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରିବା ଲାଗି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୀରହାଟ ପୋଲିସ ଏନେଇ ସତର୍କ ଦୃଷ୍ଟି ରଖିଛି । ଏହି ଅବସରରେ ଏଠାରେ ଏକ ବୃହତ୍ ବାଣିଜ୍ୟିକ ମେଳା ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ଏଠାରେ ବ୍ୟବସାୟର ପସରା ମେଲାଇଥା’ନ୍ତି । ସମାଜସେବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେବା ସଂଗଠନ ଓ ବଦାନ୍ୟ ବ୍ୟକ୍ତି ଜଳଛତ୍ର ସହ ପଖାଳ ଭୋଜନ ପ୍ରଦାନ କରିଥାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.