ETV Bharat / state

ପୁଣି କାଦୁଅ ବିଲରେ 2 କିଲୋମିଟର ବୁହାହେଲେ ରୋଗୀ - ସରକାରୀ ସ୍ବାସ୍ଥ୍ୟ ସେବା

ପୁଣି ଭାରରେ ବୁହାହେଲେ ରୋଗୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ମଣ୍ଡଳପଡା ଗ୍ରାମରେ ଭଳି ଘଟଣା ଦେଖିବାକୁ ମିଳିଛି । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ସରକାରୀ ସ୍ବାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥା ପ୍ରତି ଉଠିଛି ପ୍ରଶ୍ନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ
author img

By

Published : Sep 29, 2019, 9:29 PM IST

ଭଦ୍ରକ: ପୁଣି ଖଟିଆରେ ବୁହାହେଲେ ରୋଗୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲୋକ ବିନୋବାଭାବେ ନଗର ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳପଡା ଗ୍ରାମରୁ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ମଣ୍ଡଳପଡା ଗ୍ରାମର ମହିଳା ଜଣେ ଗୁରୁତର ହେଇପଡିବାରୁ ବିଲ ଭିତରେ କାଦୁଅ ପଚପଚ ରାସ୍ତାରେ ପାଖାପାଖି 2 କିଲୋମିଟର ପର୍ଯ୍ୟନ୍ତ ଏକ ଭାରରେ ବୋହି ଆଣିବା ପରେ ମେଡିକାଲକୁ ଅଣାଯାଇଥିଲା ।

କସିଆ ସାମୁଦ୍ରିକ ଥାନା ଅନ୍ତର୍ଗତ କୃଷ୍ଣପୁର ଅଂଚଳର ବାବୁ ମଣ୍ଡଳଙ୍କ ସ୍ତ୍ରୀ ପାର୍ବତୀ ମଣ୍ଡଳ । ପାର୍ବତୀ ନିଜ ବାପାଙ୍କ ଘରେ ମଣ୍ଡଳପଡାକୁ ଆସିଥିବାବେଳେ ଘରେ ହଠାତ ଗୁରୁତର ହୋଇ ସଂଜ୍ଞାହୀନ ହୋଇପଡିଥିଲେ । ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିବାପରେ କାଦୁଅ ପଚପଚ ରାସ୍ତାରେ ଗାଡ଼ି ଯିବାକୁ ମନା କରିଦେଇଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକ ଓ ଗ୍ରାମବାସୀ ଏକ ଭାରରେ ବୋହି କଣ୍ଟିଆନାଳି ଛକ ପର୍ଯ୍ୟନ୍ତ ରୋଗୀକୁ ଆଣିଥିଲେ । ପରେ ଏକ ଘରୋଇ ଆମ୍ବୁଲାନ୍ସରେ ରୋଗୀକୁ ମେଡିକାଲ ନିଆଯାଇଥିଲା । ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିଲେ ମଧ୍ୟ ଲୋକଙ୍କ ପାଖରେ ଠିକ ଭାବରେ ପହଞ୍ଚିପାରୁନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : PATIENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 29.09.2019

ANCHOR : ପୁଣି ଖଟିଆରେ ବୁହାହେଲେ ରୋଗୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବାସୁଦେବପୁର ବ୍ଲକ ବିନୋବାଭାବେ ନଗର ପଂଚାୟତ ମଣ୍ଡଳପଡା ଗାଁରୁ। Body:ଆଜି ସେହି ଗାଁର ମହିଳା ଜଣେ ଗୁରୁତର ହେଇପଡିବାରୁ, ଗାଁକୁ ରାସ୍ତା ନଥିବାରୁ ବିଲ ଭିତରେ କାଦୁଅ ପଚପଚ ରାସ୍ତାରେ ପାଖାପାଖି 2 କିଲୋ ମିଟର ପର୍ଯ୍ୟନ୍ତ ଏକ ଭାରାରେ ବୋହି ଆଣିବା ପରେ ମେଡିକାଲକୁ ଅଣାଯାଇଥିଲା। ଗୁରୁତର ମହିଳା ଜଣକ ହେଲେ କସିଆ ସାମୁଦ୍ରିକ ଥାନା ଅନ୍ତର୍ଗତ କୃଷ୍ଣପୁର ଅଂଚଳର ବାବୁ ମଣ୍ଡଳଙ୍କ ସ୍ତ୍ରୀ ପାର୍ବତୀ ମଣ୍ଡଳ। ପାର୍ବତୀ ନିଜ ବାପଘର ମଣ୍ଡଳପଡାକୁ ଆସିଥିବାବେଳେ ଘରେ ହଠାତ ଗୁରୁତର ହେଇ ସଂଜ୍ଞାହୀନ ହେଇପଡିଥିଲେ। ତେଣୁ ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିବାପରେ କାଦୁଅ ପଚପଚ ରାସ୍ତାରେ ଗାଡ଼ି ଯିବାକୁ ମନା କରିଦେଇଥିଲା। ଫଳରେ ବାଧ୍ୟ ହେଇ ପରିବାର ଲୋକ ଓ ଗ୍ରାମବାସୀ ଏକ ଭାରାରେ ବୋହି କଣ୍ଟିଆନାଳି ଛକ ନିକଟରେ ପହଂଚିବା ପରେ ଘରୋଇ ଆମ୍ବୁଲାନ୍ସରେ ମେଡିକାଲକୁ ନିଆ ଯାଇଥିଲା। ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ସରକାରୀ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥା ପ୍ରତି ଉଠିଛି ପ୍ରଶ୍ନ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.