ଭଦ୍ରକ: ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନରେ ପାତରଅନ୍ତର ଅଭିଯୋଗରେ ରହଣିଆ ପଞ୍ଚାୟତରେ ଗଣଧାରଣା । ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ଦେବାରେ ପାତରଅନ୍ତର ହୋଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ରାହଣିଆ ପଞ୍ଚାୟତ ଦୋଳସାହି ଗାଁରେ । ବହୁ ପରିବାରକୁ ଯେତିକି ରିଲିଫ ଦିଆଯିବା କଥା ସେତିକି ମିିଳିନି । ତେଣୁ ଗାଁ ଲୋକ ଅସନ୍ତୋଷ ପ୍ରକାଶ କରି ଧାରଣାକୁ ଓଲ୍ଲାଇଛନ୍ତି । ଏହା ରାଜନୀତିର ପ୍ରଭାବ କହି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି ।
କୋରୋନା ଓ ବନ୍ୟା ବିପତ୍ତିଙ୍କ ଜୀବନକୁ ଏକ ପ୍ରକାର ପ୍ରଭାବିତ କରିଛି । ଏ ଭିତରେ ଲୋକଙ୍କ ପ୍ରତି ରାଜନୈତିକ ଆକ୍ରୋଶ ଅନେକଙ୍କୁ ଦୁଃଖ ଦେଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ