ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା - ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । ଜାଣନ୍ତୁ କେଉଁଠି ?

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା
author img

By

Published : Jun 3, 2022, 9:09 AM IST

ଭଦ୍ରକ: ପଦାରେ ଶିକ୍ଷା ବିଭାଗର ଚରମ ଅବହେଳା । ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ । ତାଲା ପଡିଥିଲେ ମଧ୍ୟ କୈଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡକ ପଞ୍ଚାୟତ ଅଧିନ ଓରାଳି ପ୍ରାଥମିକ ବିଦ୍ୟାଳୟରେ ।

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା

ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ମାତ୍ର 2 ଜଣ ଶିକ୍ଷକ ଅଛନ୍ତି । ଯାହା ଫଳରେ ପାଠ ପଢାରେ ସମସ୍ୟା ସୃଷ୍ଟି ହେଉଛି । ସେହିପରି ଏହି ବିଦ୍ୟାଳୟ ପରିସରରେ ଅବସ୍ଥାପିତ ବ୍ଲକ ଗ୍ରାଣ୍ଟ ମଧ୍ୟ ଇଂରାଜୀ ବିଦ୍ୟାଳୟଟି ଗତ ଫେବୃଆରୀ ମାସ ଠାରୁ ଶିକ୍ଷକଙ୍କ ଅଭାବ ଲାଗି ରହିଛି । ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଭୟ ବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ପାଇଁ ବିଗତ 3 ମାସ ଧରି ଲଗାତର ଭାବେ ଦାବି କରାଯାଇ ଆସୁଅଛି ।

ଶିକ୍ଷା ବିଭାଗର ପଦାଧିକାରୀଙ୍କ ଠାରୁ ବାରମ୍ବାର ପ୍ରତିଶୃତି ମିଳୁଛି ହେଲେ କାର୍ଯ୍ୟକାରୀ ହେଉନଥିବାରୁ ଶେଷରେ ବିଦ୍ୟାଳୟର ତାଲା ପକାଇବା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭିତରକୁ ଛାଡିନଥିଲେ । ଅନ୍ୟପକ୍ଷରେ ଏହି ସମସ୍ୟା ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.