ETV Bharat / state

ପଞ୍ଚାୟତ ଟକ୍କର: କଣ ରହିଛି 3 ଦଳର ରଣନୀତି ? କିଏ ଦଖଲ କରିବ ଭଦ୍ରକ ଗାଦି ?

author img

By

Published : Feb 4, 2022, 9:54 PM IST

ଭଦ୍ରକ ଜିଲ୍ଲାର ଧାମନଗର, ତିହିଡି, ଚାନ୍ଦବାଲି, ଭଦ୍ରକ, ବନ୍ତ, ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ଆଦି 7 ଗୋଟି ବ୍ଲକ ରହିଥିବା ବେଳେ 218 ଗୋଟି ପଞ୍ଚାୟତ ଏବଂ 28 ଗୋଟି ଜିଲ୍ଲା ପରିଷଦ ଜୋନ ରହିଛି। ଗତ 2012 ପଞ୍ଚାୟତ ନିର୍ବାଚନରେ ବିଜେଡି ଏକାକୀ 7 ଗୋଟି ବ୍ଲକ ଦଖଲ କରିଥିବା ବେଳେ 2017 ପଞ୍ଚାୟତ ନିର୍ବାଚନ ରେ 5 ଗୋଟି ବ୍ଲକ ଦଖଲ କରିଥିଲା। ଅଧିକ ପଢନ୍ତୁ

v
ପଞ୍ଚାୟତ ଟକ୍କର

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପର ଠାରୁ ଗ୍ରାମାଞ୍ଚଳରେ ରାଜନୀତି ସରଗରମ ହୋଇ ପଡିଛି। ଚଳିତ ବର୍ଷ ପ୍ରଥମ କରି ଯଦିଓ କୋରୋନା କଟକଣା ମଧରେ ବିନା ସଭା ସମିତି ରାଲିରେ ନିର୍ବାଚନ ଅନୁଷ୍ଠିତ ହେବ, ତଥାପି ଲୋକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଆଗ୍ରହ କମିନାହିଁ। ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସ ଦଳ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ନିଜ ନିଜର ପ୍ରାର୍ଥୀ ଦେଇଥିଲା ବେଳେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ମଧ୍ୟ ବିଭିନ୍ନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି।

ପଞ୍ଚାୟତ ଟକ୍କର: କଣ ରହିଛି 3 ଦଳର ରଣନୀତି? କିଏ ଦଖଲ କରିବ ଭଦ୍ରକ ଗାଦି

ଏହି ତିନି ରାଜନୈତିକ ଦଳ ଚଳିତ ନିର୍ବାଚନରେ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପୁରା ଦମ ଲଗାଇ ଦେଇଛନ୍ତି। ଏହା ସହିତ ପଞ୍ଚାୟତ ସମିତି ଦଖଲ ସହିତ ଜିଲ୍ଲା ପରିଷଦ ଗଠନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଭଦ୍ରକ ଜିଲ୍ଲାରେ ଗତ ଦୁଇଟି ପଞ୍ଚାୟତ ନିର୍ବାଚନରେ କଣ ରହିଥିଲା ବିଜେଡି ବିଜେପି ଓ କଂଗ୍ରେସର ସ୍ଥିତି ? କେଉଁ ଦଳକୁ କେତେ ମିଳିଥିଲା । ଏବେ କଣ ରହିଛି ସ୍ଥିତି। ନିର୍ବାଚନକୁ ନେଇ କିପରି ପ୍ରଚାର କରୁଛନ୍ତି ବିଜେଡି ବିଜେପି ଓ କଂଗ୍ରେସ ଦଳ।

ଭଦ୍ରକ ଜିଲ୍ଲାର ଧାମନଗର, ତିହିଡି, ଚାନ୍ଦବାଲି, ଭଦ୍ରକ, ବନ୍ତ, ବାସୁଦେବପୁର ଏବଂ ଭଣ୍ଡାରିପୋଖରୀ ଆଦି 7 ଗୋଟି ବ୍ଲକ ରହିଥିବା ବେଳେ 218 ଗୋଟି ପଞ୍ଚାୟତ ଏବଂ 28 ଗୋଟି ଜିଲ୍ଲା ପରିଷଦ ଜୋନ ରହିଛି। ଗତ 2012 ପଞ୍ଚାୟତ ନିର୍ବାଚନରେ ବିଜେଡି ଏକାକୀ 7 ଗୋଟି ବ୍ଲକ ଦଖଲ କରିଥିବା ବେଳେ 2017 ପଞ୍ଚାୟତ ନିର୍ବାଚନ ରେ 5 ଗୋଟି ବ୍ଲକ ଦଖଲ କରିଥିଲା। ଅନ୍ୟ ଦୁଇ ଗୋଟି ଧାମନଗର ବ୍ଲକକୁ ବିଦ୍ରୋହୀ ଗୋଷ୍ଠୀ ବିଜେଡି ଓ ବିଜେପି ମିଶି ଦଖଲ କରିଥିଲେ । ଭଣ୍ଡାରିପୋଖରୀ ବ୍ଲକକୁ ବିଜେପି ଓ କଂଗ୍ରେସ ମିଶି ଦଖଲ କରିଥିଲେ। ସେହିପରି 2012 ପଞ୍ଚାଚାୟତ ନିର୍ବାଚନରେ ଜିଲ୍ଲାରେ ଥିବା ମୋଟ 28 ଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ବିଜେଡି 27 ଗୋଟି ଜୋନ ଦଖଲ କରିବା ସହିତ ଜିଲ୍ଲା ପରିଷଦ ଗଠନ କରିଥିଲା।

ସେତେବେଳେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଧା ସଳଖ ପ୍ରତିଦ୍ବନ୍ଦିତା ହୋଇଥିଲେ ମଧ୍ୟ ଧାମନଗର ବ୍ଲକର ଗୋଟିଏ ଜୋନରେ ବିଜେପି ପ୍ରାର୍ଥୀନୀ ହୋଇ ଜିଲ୍ଲାରେ ଦଳର ଖାତା ଖୋଲିଥିଲେ । ତେବେ ଜିଲ୍ଲାର 7 ଗୋଟି ବ୍ଲକ ମଧ୍ୟରୁ ବିଜେପି କେବଳ ତିହିଡି ଓ ଧାମନଗର ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ସହିତ ଲଢେଇ କରିଥିଲା ବେଳେ ଅନ୍ୟ 5 ଗୋଟି ବ୍ଲକରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହୋଇଥିଲା। 2012 ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି 3 ଲକ୍ଷ 52 ହଜାର 786 ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସ 2 ଲକ୍ଷ 29 ହଜାର 530 ଖଣ୍ଡ ଭୋଟ ପାଇଥିଲା। ବିଜେପି 1 ଲକ୍ଷ 9 ହଜାର 353 ଖଣ୍ଡ ଭୋଟ ପାଇ ଥିଲା।

ସେହିପରି 2017 ପଞ୍ଚାୟତ ନିର୍ବାଚନରେ ସ୍ଥିତି ଓଲଟି ଯାଇଥିଲା। ସେତେବେଳେ ସେହି ନିର୍ବାଚନରେ ବିଜେଡି ସହିତ ପ୍ରାୟ ସବୁ ଜୋନରେ ବିଜେପିର ଲଢେଇ ହୋଇଥିଲା। ମୋଟ 28ଟି ଜୋନ ମଧ୍ୟରୁ ବିଜେଡି 24 ଗୋଟି ଜୋନରେ ବିଜୟୀ ହୋଇଥିବା ବେଳେ ବିଜେପି 4 ଗୋଟି ଜୋନରେ ବିଜୟୀ ହୋଇଥିଲା। କଂଗ୍ରେସ ସେହି ନିର୍ବାଚନରେ ଖାତା ଖୋଲିପାରି ନଥିଲା। ବିଜେଡି 2017 ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ 3 ଲକ୍ଷ 61 ହଜାର 381 ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି 2 ଲକ୍ଷ 43 ହଜାର 898 ଖଣ୍ଡ ଭୋଟ ପାଇଥିଲା । କଂଗ୍ରେସ 1 ଲକ୍ଷ 64 ହଜାର 654 ଖଣ୍ଡ ଭୋଟ ପାଇଥିଲା। କଂଗ୍ରେସ 2017 ନିର୍ବାଚନରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକକୁ ଛାଡି ଦେଲେ ଅନ୍ୟ 5 ଗୋଟି ବ୍ଲକରେ ତୃତୀୟ ସ୍ଥାନରେ ଥିଲା । ଗତ ଦୁଇ ଗୋଟି ପଞ୍ଚାୟତ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ଯଥେଷ୍ଟ ସଂଖ୍ୟାରେ ଭୋଟର ବଢିଛନ୍ତି। ଜିଲ୍ଲାରେ ବର୍ତ୍ତମାନ 7 ଗୋଟି ବ୍ଲକରେ 11 ଲକ୍ଷ 8 ହଜାର 427 ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ 5 ଲକ୍ଷ 71 ହଜାର 158 ଜଣ ପୁରୁଷ ଭୋଟର ଥିଲା ବେଳେ 5 ଲକ୍ଷ 37 ହଜାର 262 ଜଣ ମହିଳା ଭୋଟର ଅଛନ୍ତି। ମାତ୍ର 8 ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି। ଚଳିତ ନିର୍ବାଚନରେ ଯାହା ସ୍ଥିତି ଅଛି ପୁଣିଥରେ ବିଜେଡି ଓ ବିଜେପି ମଧ୍ୟରେ ସବୁ ଜୋନରେ କଡା ମୁକାବିଲା ହେବ।

ସେହିପରି ଭାବେ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଦଳ ଡିଆଁ ରାଜନୀତି ମଧ୍ୟ ଜିଲ୍ଲାରେ ବଢିବାରେ ଲାଗିଛି। ଜିଲ୍ଲାରେ ବିଜେଡି ଅଧିକ ମଜଭୁତ ସ୍ଥିତିରେ ଥିବା ବେଳେ ବିଜେପି ଦ୍ବିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି। ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଠାରୁ ସବୁ ପ୍ରାର୍ଥୀ ନିଜ ନିଜ ବିଜୟ ନିଶ୍ଚୟ ବୋଲି ଆଶାବାଦୀ ହୋଇପଡିଛନ୍ତି। ବିଭିନ୍ନ ପ୍ରସଙ୍ଗ ସହିତ ଆଞ୍ଚଳିକ ସମସ୍ୟାକୁ ନେଇ ଏଥର ନିର୍ବାଚନ ହେବ ବୋଲି ସେମାନେ କହିଛନ୍ତି। ଚଳିତ ନିର୍ବାଚନରେ ପ୍ରାର୍ଥୀ ମାନେ ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଛନ୍ତି। କୌଣସି ଦଳ ପକ୍ଷରୁ ବିରାଟ ସଭା କିମ୍ବା ରାଲି ହେଉନାହିଁ। ତେଣୁ ନୂଆ ତରିକାରେ ଚଳିତ ବର୍ଷ ଭୋଟ ହେଉଥିବାରୁ ସବୁ ରାଜନୈତିକ ଦଳ ପାଇଁ ଏହା ଏକ ନୂଆ ଆହ୍ବାନ ହୋଇପଡିଛି। ତେଣୁ ସବୁ ରାଜନୈତିକ ଦଳ ପୁରୁଣା ତଥା ଅଭିଜ୍ଞ ଲୋକ ସମ୍ପର୍କ ଥିବା ପ୍ରାର୍ଥୀ ମାନଙ୍କୁ ଦଳୀୟ ଟିକଟ ଦେଇ ନିର୍ବାଚନ ରାଣାଙ୍ଗନକୁ ଛାଡିଛନ୍ତି।

ଚଳିତ ନିର୍ବାଚନରେ ଜିଲ୍ଲାର ଗ୍ରାମାଞ୍ଚଳ ଭୋଟର ମାନେ ପୁଣି ଥରେ ବିଜେଡିକୁ ଆଶୀର୍ବାଦ କରିବେ ନା ବିରୋଧୀ ବିଜେପି ଓ କଂଗ୍ରେସ ପ୍ରତି ମନ ବଳାଇ ପରିବର୍ତ୍ତନ କରିବେ ଏବେ ତାହାକୁ ଅପେକ୍ଷା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.