ETV Bharat / state

ନିଜ ମାଟିରେ ପ୍ରଚାର କଲେ ଗୀତିକାର ପଞ୍ଚାନନ ନାୟକ - ଭଦ୍ରକରେ ପ୍ରଚାର କଲେ ପଞ୍ଚାନନ ନାୟକ

ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ପ୍ରଚାର ମୈଦାନକୁ ଓହ୍ଲାଇଲେ ଗୀତିକାର ପଞ୍ଚାନନ ନାୟକ। ଅଧିକ ପଢନ୍ତୁ

ନିଜ ମାଟିରେ ପ୍ରଚାର କଲେ ଗୀତିକାର ପଞ୍ଚାନନ ନାୟକ

author img

By

Published : Feb 20, 2022, 6:59 AM IST

ଭଦ୍ରକ: ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଓଡିଶାର ସୁନାମଧନ୍ୟ ଗୀତିକାର ପଞ୍ଚାନନ ନାୟକ । ନିଜ ଭିଟାମାଟି ମଙ୍ଗଳପୁର ଗାଁର ଆରାଧ୍ୟ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ପ୍ରଣିପାତ କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ପୁଷ୍ପିତା ବଳ ଓ ସମିତି ସଭ୍ୟା ପ୍ରାର୍ଥିନୀ ରମାମଣି ମଳିକଙ୍କୁ ବିଜୟର ମୁକୁଟ ପିନ୍ଧାଇବା ପାଇଁ ସେ ପ୍ରଚାରର ମଙ୍ଗ ଧରିଛନ୍ତି ।

ନିଜ ମାଟିରେ ପ୍ରଚାର କଲେ ଗୀତିକାର ପଞ୍ଚାନନ ନାୟକ

ଅବହେଳିତ ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ସହ ଏହାର ରୂପରଙ୍ଗଙ୍କୁ ବଦଳେଇବାକୁ ଭୋଟରମାନଙ୍କୁ ଆହ୍ୱାନ କରିଛନ୍ତି ଗୀତିକାର । 2017 ମସିହାରୁ ଏହି ପଞ୍ଚାୟତ ଏକ ନୂତନ ପଞ୍ଚାୟତ ଭାବେ ଗଠିତ ହୋଇଥିଲେ ମଧ୍ୟ ଆଶାନୁରୁପ ବିକାଶ ହୋଇ ନ ଥିବାବେଳେ ପଞ୍ଚାୟତ ପାଇଁ ସର୍ବନିମ୍ନ ଆବଶ୍ୟକତା ସ୍ଥାୟୀ କାର୍ଯ୍ୟାଳୟଟିଏ ନିର୍ମାଣ କରାଯାଇ ନାହିଁ ।

ଗାଁର ଅବହେଳିତ ନିଷ୍ପେସିତ ଗରିବ ଖଟିଖିଆ ଲୋକଙ୍କ ହକ୍ ପାଇଁ ଏହି ଲଢେଇ ବୋଲି କହିଥିଲେ । ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖି ଯୋଜନାକୁ ଦଳମତ ନିର୍ବିଶେଷରେ ପଞ୍ଚାୟତବାସୀଙ୍କ ନିକଟରେ ପହଁଞ୍ଚାଇବା ସହ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ।

ସେହିପରି ଗତ 5 ବର୍ଷ ଧରି ଏହି ପଞ୍ଚାୟତରେ ପିସି ନହେଲେ କାମ ହେଉନାହିଁ । ଦଳୀୟ ଲୋକଙ୍କୁ ସବୁ ଯୋଜନାରେ ଅଗ୍ରାଧିକାର ଦିଆଯାଉଛି । ତେଣୁ ଦଳ, ମତ ନିର୍ବିଶେଷରେ ଏକ ଦୁର୍ନୀତିମୁକ୍ତ ପଞ୍ଚାୟତ ଗଠନ ପାଇଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ସରପଞ୍ଚ ପ୍ରାର୍ଥିନୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.