ETV Bharat / state

ଜନହଗଳିପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲାକୁ ତୀବ୍ର ବିରୋଧ - bhadrak district

ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଘଣ୍ଟେଶ୍ବର ଅଞ୍ଚଳରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲିବାକୁ ତୀବ୍ର ବିରୋଧ । ଅଧିକ ପଢନ୍ତୁ....

ଜନହଗଳିପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲାକୁ ତୀବ୍ର ବିରୋଧ
ଜନହଗଳିପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲାକୁ ତୀବ୍ର ବିରୋଧ
author img

By

Published : Jun 14, 2021, 6:42 PM IST

ଭଦ୍ରକ: ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ଘଣ୍ଟେଶ୍ୱର ବଜାର ମଧ୍ୟରେ ଏକ ସରକାରୀ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ବଜାରରୁ ମାତ୍ର 50 ମିଟର ଦୂରତା ମଧ୍ୟରେ ଏହି ମଦ ଦୋକାନ ଖୋଲାଯିବାକୁ ପ୍ରଶାସନିକ ସ୍ତରରେ ସମସ୍ତ କାଗଜପତ୍ର କାମ ସରିଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ମଦ ଦୋକାନ ଖୋଲିବା ନେଇ ପ୍ରାକ ସୂଚନା ମିଳିଛି । ପଞ୍ଚାୟତର ସରପଞ୍ଚଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ବିଜେପି ମହିଳା ମୋର୍ଚ୍ଚା ଓ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଭ୍ୟ ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି ।

ଜନହଗଳିପୂର୍ଣ୍ଣ ସ୍ଥାନରେ ମଦ ଦୋକାନ ଖୋଲାକୁ ତୀବ୍ର ବିରୋଧ

ଯେଉଁ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି ତାହା ନିକଟରେ ପୋଷ୍ଟ ଅଫିସ୍‌, ୟୁକୋ ବ୍ୟାଙ୍କ, ସତ୍ୟସାଇ ମନ୍ଦିର, ପ୍ରଜାପିତା ବ୍ରହ୍ମକୁମାରୀ ଶିକ୍ଷାକେନ୍ଦ୍ର, ସେବା ସମବାୟ ସମିତି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାର୍ବଜନିକ ଅନୁଷ୍ଠାନ ଥିବା ସହ 20ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ସେହିପରି ଉକ୍ତ ରାସ୍ତା ମଧ୍ୟ 2 ପଞ୍ଚାୟତର ମୁଖ୍ୟ ଗମନାଗମର ମୁଖ୍ୟ ରାସ୍ତା । ଶହଶହ ଛାତ୍ରଛାତ୍ରୀ ଏହି ବାଟ ଦେଇ ଯାତାୟାତ କରନ୍ତି ।

କେତେକ ଅସାଧୁ ଛାମୁଆ ନେତା ଓ ତଥାକଥିତ ସାମାଜିକ କର୍ମୀଙ୍କ ପ୍ରତ୍ୟକ୍ଷ ସହଯୋଗରେ, ଏହିପରି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ସରକାରୀ ଅନୁମତି ପ୍ରାପ୍ତ ମଦ ଦୋକାନ ଖୋଲିବା ପାଇଁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ହେଉଛି । ତେବେ ଏହାକୁ ବିରୋଧ ଆରମ୍ଭ ହୋଇଛି। ମଦ ଦୋକାନ ଖୋଲିଲେ ଆଗାମୀ ଦିନରେ ଏନେଇ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.