ETV Bharat / state

ରେମୁଣା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଗୁରୁତର - ଗାଡି ଚକା ଫାଟି ଦୁର୍ଘଟଣା

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ରେମୁଣା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଗୁରୁତର ଅଛନ୍ତି । ଅଧିକ ପଢନ୍ତୁ...

ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଗୁରୁତର
ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଗୁରୁତର
author img

By

Published : Mar 23, 2021, 8:04 AM IST

ଭଦ୍ରକ: ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଗୁରୁତର । ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥରେ ଜଣେ ବ୍ୟକ୍ତିଙ୍କୁ ରେମୁଣା ବିଧାୟକଙ୍କ ଗାଡି ଧକ୍କା ଦେଇଛି । ଫଳରେ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଗୁରୁତର

ସୂଚନାନୁଯାୟୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଆସୁଥିଲେ । 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନିକଟରେ ହଠାତ୍ ତାଙ୍କ ଗାଡିର ଚକା ଫାଟିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ସେହି ଅଞ୍ଚଳର ଜନୈକ ଶିକ୍ଷକଙ୍କ ବାଇକକୁ ଧକ୍କା ଦେଇଥିଲା । ଏହା ପରେ ଡିଭାଇଡ଼ର ଉପରେ ଚଢିଯାଇଥିଲା ।

ଆହତ ଶିକ୍ଷକ ଜଣକ ହେଲେ ଭଣ୍ଡାରିପୋଖରୀ ଅଞ୍ଚଳର ସ୍ମୃତି ରଞ୍ଜନ ଦାସ । ଏହି ଦୁର୍ଘଟଣାରେ ଗୁରୁତର ଶିକ୍ଷକଙ୍କୁ ଆମ୍ବୁଲାନ୍ସରେ ଭଣ୍ଡାରିପୋଖରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଦୁର୍ଘଟଣାରେ ରେମୁଣା ବିଧାୟକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ଓ ତାଙ୍କର ସ୍ଵାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.