ଭଦ୍ରକ: 108 ଆମ୍ବୁଲାନ୍ସ ସହ ବାଇକ ଧକ୍କା ହେବାପରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମନଗରରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରୁ ପ୍ରତ୍ୟେକଙ୍କୁ ଧାମନଗର ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଆମ୍ବୁଲାନ୍ସ ଚାଳକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ଧାମନଗର ପୋଲିସ ।
ଧାମନଗରରୁ ବିରୁହାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବିରୁହାଁ ଛକକୁ ଲାଗି ରହିଛି ଏକ ପୋଲ । ଏହି ପୋଲ ନିକଟରେ ଘଟିଛି ବାଇକ ଆମ୍ବୁଲାନ୍ସ ଦୁର୍ଘଟଣା । ସମସ୍ତ ଗୁରୁତରଆହତଙ୍କୁ ପ୍ରଥମେ ଧାମନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଲା ଅନ୍ୟ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତାହତମାନେ ବିରୁହାଁ ଗ୍ରାମ ବାସିନ୍ଦା ବୋଲି ଜଣାପଡ଼ିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ