ETV Bharat / state

8 ଦଫା ଦାବୀରେ ଓଡିଶା ରିଟେଲର ମହାସଙ୍ଘର ବିକ୍ଷୋଭ ପ୍ରଦର୍ଶନ - ଓଡିଶା ରିଟେଲର ମହାସଙ୍ଘ ଦାବୀ

ସର୍ବଭାରତୀୟ ଡିଲରସ୍ ଫେଡେରେସନ ନିଷ୍ପତ୍ତି କ୍ରମେ 8 ଦଫା ଦାବି ନେଇ ଓଡିଶା ରିଟେଲର ମହାସଂଘର ଶୋଭାଯାତ୍ରା । ଅଧିକ ପଢନ୍ତୁ

8 ଦଫା ଦାବୀରେ ଓଡିଶା ରିଟେଲର ମହାସଙ୍ଘର ବିକ୍ଷୋଭ ପ୍ରଦର୍ଶନ

author img

By

Published : Jul 6, 2022, 7:36 PM IST

ଭଦ୍ରକ: ସର୍ବଭାରତୀୟ ଡିଲରସ୍ ଫେଡେରେସନ ନିଷ୍ପତ୍ତି କ୍ରମେ 8 ଦଫା ଦାବିରେ ଓଡିଶା ରିଟେଲର ମହାସଂଘର ଶୋଭାଯାତ୍ରା । ଏଥିସହ ତିହିଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ ।

8 ଦଫା ଦାବୀରେ ଓଡିଶା ରିଟେଲର ମହାସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ସ୍ଥାନୀୟ କାଳୀ ପଡିଆରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ବଣ୍ଟନ ବାବଦରେ ପାରିଶ୍ରମିକ ପ୍ରଦାନ, ଇ-ପୋସ ମେସିନର ବ୍ୟବହାରିକ ଖର୍ଚ୍ଚ ବାବଦରେ ବକେୟା ବର୍ଷ ଗୁଡିକର ଅର୍ଥ ପ୍ରଦାନ, କୋରୋନା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ବଣ୍ଟନର ପାରିଶ୍ରମିକ ଅର୍ଥ ପ୍ରଦାନ, ଏକକାଳୀନ ଖୁଚୁରା ବିକ୍ରୟ କେନ୍ଦ୍ରକୁ ସମସ୍ତ ଖାଉଟି ଦ୍ରବ୍ୟ ଯୋଗାଣ, କୋଭିଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ପୁନଃ ନିଯୁକ୍ତି ଏବଂ ବକେୟା ଅର୍ଥ ପ୍ରଦାନ, ୱାନ୍ ନେସନ ୱାନ୍ ରାସନ ସିଷ୍ଟମ ପ୍ରଣୟନ କରିବା, ଚାଉଳ ଓ ଗହମ କ୍ୟୁଣ୍ଟାଲ ପ୍ରତି ଏକ କେଜି ସଟେଜ ଏବଂ ଶହେ ଲିଟର କିରୋସିନି ପ୍ରତି ଏକ ଲିଟର ଲିକେଜ ପ୍ରଦାନ କରାଯାଉ, ଅଖାର ବକେୟା କିସ୍ତିର ମୂଲ୍ୟ ପ୍ରଦାନ ଆଦି ପ୍ରସଙ୍ଗରେ ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ କରିଯାଇଛି । ସଙ୍ଘର ସଭାପତି ରବିନ୍ଦ୍ର ମହାକୁଡ ଓ ସମ୍ପାଦକ କୈଳାସ ବେହେରା ନେତୃତ୍ବରେ ସମସ୍ତ ରିଟେଲର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.