ETV Bharat / state

ଏୟାରଷ୍ଟ୍ରିପ୍ ପାଇଁ ଆଦାନୀ କମ୍ପାନୀକୁ ଜମି ହସ୍ତାନ୍ତରକୁ ବିରୋଧ - ବାଲିମୁଣ୍ଡା ଏଆରଷ୍ଟ୍ରିପକୁ ଓଡିଶା କୃଷକ ସଭାର ବିରୋଧ

ଭଦ୍ରକ ଜିଲ୍ଲାର ବାଲିମୁଣ୍ଡାରେ ଧାମରା ଆଦାନୀ କମ୍ପାନୀକୁ ଏୟାରଷ୍ଟ୍ରିପ୍ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬୩ ଏକର ଜମି ହସ୍ତାନ୍ତର କରାଯାଇଛି ! ଯାହାକୁ ବିରୋଧ କରିଛି ଓଡିଶା କୃଷକ ସଭା । ଅଧିକ ପଢନ୍ତୁ

ଏଆରଷ୍ଟ୍ରିପ ପାଇଁ ବାଲିମୁଣ୍ଡାରେ ଆଦାନୀ କମ୍ପାନୀକୁ ଜମି ହସ୍ତାନ୍ତରକୁ ବିରୋଧ

author img

By

Published : May 2, 2022, 9:52 PM IST

ଭଦ୍ରକ: ଜିଲ୍ଲାର ବାଲିମୁଣ୍ଡାରେ ଧାମରା ଆଦାନୀ କମ୍ପାନୀକୁ ଏୟାରଷ୍ଟ୍ରିପ୍ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୬୩ ଏକର ଜମି ହସ୍ତାନ୍ତର କରାଯାଇଛି ! ଯାହାକୁ ବିରୋଧ କରିଛି ଓଡିଶା କୃଷକ ସଭା । ଅଭିଯୋଗ ମୁତାବକ, ଶହ ଶହ ବର୍ଷ ଧରି ସେଠାରେ ଚାଷବାସ କରୁଥିବା ଲୋକଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ରାଶି ପ୍ରଦାନ କରିନାହାନ୍ତି । ପୂର୍ବରୁ କିଛି ଜମିରୁ ଜୋର ଜବରଦସ୍ତ ପୋଲିସ ଲଗାଇ ସେମାନଙ୍କୁ ଘଉଡେଇ ଦେବାକୁ ଚକ୍ରାନ୍ତ କରିଥିବା ବେଳେ ପୁଣି ଏୟାରଷ୍ଟ୍ରିପ୍ ପାଇଁ ଜମି ଦେବା ନେଇ ଗୌତମ ଆଦାନୀ ଏବଂ କମ୍ପାନୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ସରିଥିବା ଜଣାପଡିଛି । ଏହାକୁ ବିରୋଧ କରି ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏୟାରଷ୍ଟ୍ରିପ୍ ପାଇଁ ଆଦାନୀ କମ୍ପାନୀକୁ ଜମି ହସ୍ତାନ୍ତରକୁ ବିରୋଧ

ସୂଚନା ଅନୁଯାୟୀ, ବିଗତ ୨୨ ବର୍ଷ ଧରି ଧାମରାରେ ବାଣିଜ୍ୟିକ ବନ୍ଦର ପ୍ରତିଷ୍ଠା ହୋଇଥିଲେ ହେଁ ଭଦ୍ରକ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ଚାକିରି ମିଳୁନାହିଁ । ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚାଲିବା ପାଇଁ ବନ୍ଦର ପ୍ରତିଷ୍ଠା ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ହେଁ ଏପର୍ଯ୍ୟନ୍ତ ପ୍ରକ୍ରିୟ ଆରମ୍ଭ ହୋଇପାରିଲା ନାହିଁ । ଧାମରା-ଭଦ୍ରକ ରେଳ ପଥରେ ସରକାରୀ ଯାତ୍ରୀବାହି ଟ୍ରେନ୍ ଚାଲିବା, ବେଆଇନ ଭାବେ ଆଦାନୀ ବ୍ୟବହାର କରୁଥିବା ଚାଷ ଓ ସମୁଦ୍ର ବେଳାଭୂମି ଜମି ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା, ଆଇନ ଅନୁଯାୟୀ ପାରିପାର୍ଶ୍ବିକ ବିକାଶ କରୁନଥିବା ଆଦାନୀ କମ୍ପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଲିମୁଣ୍ଡାରେ ପ୍ରସ୍ତାବିତ ଆଦାନୀ ଏୟାରଷ୍ଟ୍ରିପକୁ କୌଣସି ଜମି ହସ୍ତାନ୍ତର ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିସ କରାଯିବା ଆଦି ଏହି ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଧାରଣା ଏପରିକି ଅନଶନ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ବାଲିମୁଣ୍ଡାରେ ଚାଷୀମାନଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.