ETV Bharat / state

ନାଥସାହି ଯୁବତୀ ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବି କଲା ବିଜେପି ମହିଳାମୋର୍ଚ୍ଚା - press conference

ନାଥସାହି ଯୁବତୀ ଆତ୍ମହତ୍ୟା ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବା ଦାବିରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚାଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ନାଥସାହି ଯୁବତୀ ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବିରେ ରାଜ୍ୟ ବିଜେପି ମହିଳାମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

author img

By

Published : Aug 16, 2021, 7:26 AM IST

ଭଦ୍ରକ: ନାଥସାହି ଯୁବତୀ ଆତ୍ମହତ୍ୟା ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବା ଦାବିରେ ବିଜେପି ରାଜ୍ୟ ମହିଳାମୋର୍ଚ୍ଚାଙ୍କ ସାମ୍ବାଦିକ ସମ୍ମିଳନୀ । ଏନେଇ ପୀଡିତାଙ୍କ ପରିବାରକୁ ଭେଟିବା ପରେ ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଉପରେ ବର୍ଷିଥିଲେ ମହିଳାମୋର୍ଚ୍ଚା ସଭାନେତ୍ରୀ । ଖବର ଅନୁଯାୟୀ ଭଦ୍ରକ ମିର୍ଜାପୁର ସ୍ଥିତ ନାଥସାହିରେ ଧମକ ଓ ଲଜ୍ଜା ସହି ନପାରି ଏକ ଝିଅ ଆତ୍ମହତ୍ୟା କରିଥିଲେ।

ନାଥସାହି ଯୁବତୀ ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବିରେ ରାଜ୍ୟ ବିଜେପି ମହିଳାମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ସୂଚନା ଅନୁସାରେ ଶେଖ ମୁସକିମଙ୍କ ଦୋକାନକୁ ସେ ଚକୋଲେଟ କିଣି ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରିଥିଲା ଦୋକାନୀ । ଏ ସମ୍ପର୍କରେ ଥାନାରେ ମାମଲା ରୁଜ୍ଜୁ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା, ହେଲେ କିଛିଦିନ ପରେ ତାକୁ ବେଲ ମିଳିଯାଇଥିଲା ।

ତେବେ ଶେଖ ମୁସକିମ କେସ ଉଠାଇବା ପାଇଁ ପୀଡିତାଙ୍କ ପରିବାରକୁ ଅର୍ଥ ପ୍ରଲୋଭନ ଦେଖାଇଥିଲା । ହେଲେ ପୀଡିତାଙ୍କ ପରିବାର ଲୋକେ ଏନେଇ ଅରାଜି ହେବାରୁ ବିଭିନ୍ନ ପ୍ରକାର ଧମକି ଦେଇଥିଲା ଅଭିଯୁକ୍ତ । ଯାହାକୁ ସହି ନପାରି ପୀଡିତା ଆତ୍ମହତ୍ୟା କରିଥିଲେ। ଆଉ ଏହାକୁ ତୀବ୍ର ବିରୋଧ କରି ତୁରନ୍ତ ଶେଖ ମୁସକିମ ଏବଂ ଯେଉଁମାନେ ଧମକ ଦେଇଛନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଦାବି କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.