ETV Bharat / state

ଭୁଶୁଡିବ ଭଦ୍ରକ ପୌରାଞ୍ଚଳରେ ଗମନାଗମନର ମାଧ୍ୟମ !

ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଅଲାରପୁର ଏବଂ ମିର୍ଜାପୁରକୁ ସଂଯୋଗ କରୁଥିବା ରାସ୍ତାର ନାଦରନାଳ ଉପରେ ଥିବା ବ୍ରିଜ ହେଉଛି ଗମନାଗମନର ମୁଖ୍ୟ ମାଧ୍ୟମ । ହେଲେ ସ୍ଥାନୀୟ ଲୋକଙ୍କ ଲାଇଫ ଲାଇନ ଭାବେ ପରିଚିତ ଏହି ବ୍ରିଜ କେତେବେଳେ ଧସିଯିବ, ତାହା କେହି କହି ବି ପାରିବେନି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ।

author img

By

Published : Jul 6, 2019, 10:37 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୌରାଞ୍ଚଳରେ ବିପର୍ଯ୍ୟସ୍ତ ଗମନାଗମନର ମାଧ୍ୟମ । କେଉଁ ମୁହୂର୍ତ୍ତରେ ବି ନାଦରନାଳ ଉପରେ ଥିବା ମିର୍ଜାପୁର ନିକଟ ବ୍ରିଜ ଧସିଯିବ, ସେ କଥା କେହି କହିପାରିବେ ନାହିଁ । ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଏହି ବାଟେ ଦେଇ ଦୈନନ୍ଦିନ ସ୍ଥାନୀୟ ଲୋକେ ଯାତାୟାତ କରିବା ପାଇଁ ବାଧ୍ଯ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହୋଇଛି ସତ ହେଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଅଲାରପୁର ଏବଂ ମିର୍ଜାପୁରକୁ ସଂଯୋଗ କରୁଥିବା ରାସ୍ତାର ନାଦରନାଳ ଉପରେ ଥିବା ବ୍ରିଜ ହେଉଛି ଗମନାଗମନର ମୁଖ୍ୟ ମାଧ୍ୟମ । ଅଲାରପୁରର 24 ନମ୍ବର ୱାର୍ଡ ଏବଂ ମିର୍ଜାପୁରର 23 ନମ୍ବର ୱାର୍ଡର 5000ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଏହି ବ୍ରିଜ ଉପରେ ନିର୍ଭର କରନ୍ତି । ହେଲେ ସ୍ଥାନୀୟ ଲୋକଙ୍କ ଲାଇଫ ଲାଇନ ଭାବେ ପରିଚିତ ଏହି ବ୍ରିଜ କେତେବେଳେ ଧସିଯିବ, ତାହା କେହି କହି ବି ପାରିବେନି । ବ୍ରିଜ ଫାଟି ଆଁ କଲାଣି । ଉଭୟ ପାଖ ଦବିଯିବା ସହ ବ୍ରିଜର ମଝି ସ୍ଥଳ ବି ଦବିଲାଣି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ସ୍ଥାନୀୟ ଲୋକେ ବାରମ୍ବାର ବାରଣ କରୁଥିଲେ ବି ଏହି ବାଟ ଦେଇ ଭାରି ଯାନ ଯାତାୟାତ କରୁଛି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବି ଅଭିଯୋଗ ହୋଇଛି । ତେବେ ଆଗାମୀ 15 ଦିନ ମଧ୍ୟରେ ଏନେଇ ଯଦି ପଦକ୍ଷେପ ଗ୍ରହଣ କରାନଯାଏ, ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

ସହରାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏହିପରି ଏକ ମୌଳିକ ଆବଶ୍ୟକତା ପାଇଁ ପ୍ରଶାସନ କାହିଁକି ବିମୁଖ ? ସେନେଇ ପ୍ରଶ୍ନ ଉଠିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:Mla visitConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.